ଭିକ ମାଗୁଥିବା ଛୋଟ ପିଲାକୁ ଅଣଦେଖା କଲେ କରୀନା, ଭିଡିଓ ହେଲା ଭାଇରାଲ

Published By : Prameya-News7 Bureau | December 26, 2019 IST

ମୁମ୍ବାଇ୨୬/୧୨: ଭିକ୍ଷାବୃତ୍ତି କରି ଭୋକ ମେଣ୍ଟାଉଥିବା ଜଣେ ଛୋଟ ପିଲାକୁ ଅଣଦେଖା କରିଛନ୍ତି ଅଭିନେତ୍ରୀ କରୀନା କପୂର। ଡିସେମ୍ବର ୨୫ ତାରିଖରେ ପୂରା ଦେଶବାସୀ ବଡ଼ ଦିନକୁ ଧୂମଧାମରେ ପାଳନ କରିଥିଲେ। ସାଧାରଣ ଲୋକେ, ନେତାମନ୍ତ୍ରୀ, ଅଭିନେତା ଓ ଅଭିନେତ୍ରୀ ସମସ୍ତେ ନିଜ ନିଜ ଢ଼ଙ୍ଗରେ ବଡ଼ ଦିନକୁ ପାଳନ କରିଛନ୍ତି। କିନ୍ତୁ ବଡ଼ ଦିନ​‌ରେ ଅଭିନେତ୍ରୀ କରୀନା କପୂରଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗତକାଲି ବଡ଼ ଦିନରେ କରୀନା କପୂର ନିଜ ପୁଅ ତୈମୁର ଖାନ ସହ ମୁମ୍ବାଇ ବାନ୍ଦ୍ରାରେ ପହଞ୍ଚିଥିଲେ। ତାଙ୍କୁ ଦେଖିବା ମାତ୍ରେ ଗୋଟିଏ ଛୋଟ ପିଲା କରୀନାଙ୍କୁ ଭିକ ମାଗିଥିଲା। ଏପରି କି ଛୋଟ ପିଲାଟି କରୀନାଙ୍କ ଡ୍ରେସ ଧରି କିଛି ବାଟ ଚାଲି ଚାଲି ମଧ୍ୟ ଯାଇଥିଲା। ହେଲେ ପିଲାଟିକୁ ଭିକ ଦେବା କଥା ତ ଦୂର କରୀନା ତାଙ୍କୁ ଦେଖି ନ ଦେଖିଲା ଭଳି  ବାଟ ଭାଙ୍ଗି ଚାଲି ଯାଇଥିଲେ। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

wp:core-embed/instagram {"url":"https://www.instagram.com/p/B6fTutXA5pe/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B6fTutXA5pe/?utm_source=ig_web_copy_link
/wp:core-embed/instagram

ଭିକ ମାଗିବା ସମୟରେ ଜଣେ ମହିଳ ପୋଲିସ କର୍ମଚାରୀ ପିଲାଟିକୁ ଟାଣି ନେବାର ଦୃଶ୍ୟ ଭିଡିଓ​‌ରେ ରହିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେଥିପାଇଁ ସୋସିଆଲ ମିଡିଆରେ କରୀନାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.