ଡ୍ୟାମ୍‌ ବୁଲିବା ବେଳେ ଖସିଗଲା ଗୋଡ : ପାଣିରେ ବୁଡି ୩ ଛାତ୍ର ମୃତ

Published By : Prameya-News7 Bureau | February 29, 2020 IST

କୋରାପୁଟ୨୯।୦୨ : କୋରାପୁଟ କୋଲାବ ଡ୍ୟାମରେ ଅଘଟଣ ଘଟିଛି । ଡ୍ୟାମ୍‌ରେ ବୁଡି ଯାଇ ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଛାତ୍ରୀ ବର୍ତ୍ତିଯାଇଛନ୍ତି । ଗୁରୁତର ଛାତ୍ରୀ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ କିଛି ଛାତ୍ରଛାତ୍ରୀ କୋଲାବ ଡ୍ୟାମ୍‌କୁ ବୁଲିବାକୁ ଯାଇଥିଲେ । ତେବେ ଡ୍ୟାମ୍‌ରେ ବୁଲିବା ସମୟରେ ଛାତ୍ରଛାତ୍ରୀଙ୍କର ଗୋଡ ଖସିଯାଇଥିଲା  । ତେବେ ଗୋଡ ଖସିଯିବାରୁ ୩ଜଣ ଛାତ୍ରଙ୍କ ପାଣିରେ ବୁଡି ଯାଇ ମୃତ୍ୟୁ ହୋଇଯାଇଛି । ଏବଂ ୩ଜଣ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସ୍ଥାନୀୟଲୋକ ଗୁରୁତର ଥିବା ଛାତ୍ରୀଙ୍କୁ ଉଦ୍ଧାର କରି କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ନିକଟସ୍ଥ DAV କଲେଜର ହୋଇଥିବା ସୂଚନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.