ବାଇକ୍ ସୋ'ରୁମରେ ଚାଲିଥିଲା ବଜ୍ରକାପ୍ତା ଡିଲ୍, ୧୫ ଜଣଙ୍କୁ ଧରିଲା ପୋଲିସ

Published By : Prameya-News7 Bureau | November 19, 2021 IST

କରଞ୍ଜିଆ, ୧୯|୧୧ : ମୟୂରଭଞ୍ଜ ଜିଲ୍ଲା  କରଞ୍ଜିଆ ପୋଲିସକୁ ବଡ଼ ସଫଳତା । ଗୁରୁବାର ବିଳମ୍ବିତ ରାତିରେ କରଞ୍ଜିଆ ଗୋଲେଇ ବାଇପାସ ନିକଟରେ ଥିବା ଏକ ବାଇକ ସୋ ରୁମରେ ଚାଲିଥିଲା ବଜ୍ରକାପ୍ତା ବେପାର  । ଚଢଉ କରି ପର୍ଦ୍ଦାଫାସ କଲା ପୋଲିସ ।

ଚଢଉ ବେଳେ ପୋଲିସ ୧୫ ଜଣ ଆନ୍ତରାଜ୍ୟ ବେପାରୀଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛି । ଫଳରେ କାରବାରର ଲିପ୍ତ ଥିବା ପାଖାପାଖି ୧୫ ଜଣକୁ ବର୍ତ୍ତମାନ ଅଟକ ରଖି ତଦନ୍ତକୁ ଜୋରଦାର କରାଯାଇଛି ।  ଏହି କାରବାର ପଛରେ ଏକ ଆନ୍ତରାଜ୍ୟ ଗ୍ୟାଙ୍ଗ୍ କାମ କରୁଥିବା ନେଇ ଅନୁମାନ କରୁଛି ବନବିଭାଗ ।

ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ  ଅଟକ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୮ଜଣ କେନ୍ଦୁଝରର ହୋଇଥିବା ବେଳେ ଜଣେ ଯାଜପୁର,୩ଜଣ ପଡୋଶୀ ଝାଡ଼ଖଣ୍ଡର ରାଜ୍ୟର । ଅନ୍ୟ ତିନି ଜଣ ସ୍ଥାନୀୟ କରଂଜିଆର ବୋଲି ଜଣାପଡିଛି ।  ଏନେଇ କରଂଜିଆ ଏସିଏଫ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.