ଅସ୍ଥାୟୀ କର୍ମଚାରୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣା, ସ୍ପଷ୍ଟୀକରଣ ଦେଲେ ତୁରାମ
13/12/2022 at 10:03 AM

କରଞ୍ଜିଆ ୧୩/୧୨: ଶିମିଳିପାଳ ଜେନବିଲ ରେଞ୍ଜର ଜଣେ ଅସ୍ଥାୟୀ କର୍ମଚାରୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣା । ସ୍ପଷ୍ଟୀକରଣ ଦେଲେ ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତି, ଗିରଫ ହୋଇ ଜେଲ ଯିବା ଭୟରେ ପିଇଥିଲେ ବିଷ ।
ଜେନବିଲ ରେଞ୍ଜରେ ଶୀକାର ହୋଇଥିବା ଦନ୍ତା ହାତୀକୁ ପୋଡିବାର ସେ ବି ସହଯୋଗ କରିଥିବା ହେତୁ ସ୍ଥାନୀୟ ଫରେଷ୍ଟର ଓ ଅନ୍ୟ ବନବିଭାଗ ଅଧିକାରୀ ତାଙ୍କ ଫଟୋ ନେବା ସହ ଘଟଣା ବିଷୟରେ କାହାରିକୁ କିଛି ନ କହିବାକୁ ତୁରାମ ପୂର୍ତ୍ତିକୁ କହିଥିଲେ । ତେଣୁ ସେ ଭୟରେ ବିଷ ପିଇଥିବା କହିଛନ୍ତି । ସୋମବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କରଞ୍ଜିଆରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023