ବନକର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଦନ୍ତା ଶିକାର ଘଟଣାରେ ହୋଇଥିଲେ ନିଲମ୍ବିତ
12/12/2022 at 12:57 PM

କରଞ୍ଜିଆ ୧୨।୧୨ : ଶିମିଳିପାଳ ଅଭୟାରଣ୍ୟରେ ଦନ୍ତା ହାତୀ ଶିକାର ଘଟଣା । ନିଲମ୍ବନ ପରେ ବନ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଉଦ୍ଧାର କରି ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟରେ ଦନ୍ତା ହାତୀ ଶିକାର ହୋଇଥିଲା । ଏହାପରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ନେଇ ତିନି ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଥିଲା । ନିଲମ୍ବନ ହୋଇଥିବା କର୍ମଚାରୀ ତୁରାମ ପୂର୍ତ୍ତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଯଶୀପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023