ଶମିତାଙ୍କୁ ଆଣ୍ଟି ଡାକି ଟ୍ରୋଲ୍ ହେଲେ କରନ, ୟୁଜର୍ସ କହିଲେ-ନିଜେ ୩୭ ବର୍ଷର ଆଉ...

Published By : Prameya-News7 Bureau | October 07, 2021 IST

ମୁମ୍ବାଇ ୦୭/୧୦: ଟିଭିର ସବୁଠାରୁ ବିବାଦୀୟ ଶୋ’ ବିଗ୍ ବସ୍ ୧୫ ଆରମ୍ଭ ହେଉ ହେଉ ଚର୍ଚ୍ଚାରେ। ଶୋ’କୁ ଏକ ସପ୍ତାହ ବି ହୋଇନାହିଁ ପ୍ରତିଯୋଗୀମାନଙ୍କ ମଧ୍ୟରେ ଲଢେଇ-ଝଗଡା ଦେଖାଯାଉଛି। ଏହି ସମୟରେ ପ୍ରତିଯୋଗୀ କରନ କୁନ୍ଦ୍ରା ଶମିତା ଶେଟ୍ଟୀଙ୍କୁ ଆଣ୍ଟି ଡାକିଦେଇଛନ୍ତି, ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ଜୋରରେ ଟ୍ରୋଲ ହେଉଛନ୍ତି। ସୂଚନା ଅନୁଯାୟୀ,ଏକ ଟାକ୍ସରେ ଜୟ ଏବଂ ପ୍ରତୀକଙ୍କ ମଧ୍ୟରେ ଝଗଡା ପରେ କରନ ଶମିତାଙ୍କୁ ଆଣ୍ଟି ବୋଲି ଡାକିଛନ୍ତି।

wp:html /wp:html wp:html /wp:html

ସମ୍ପ୍ରତି ଏକ ଏପିସୋଡରେ ଏହା ଦର୍ଶାଯାଇଛି ଯେ ବିଗ୍ ବସ୍ ଦେଇଥିବା ଏକ ଟାକ୍ସ ସମୟରେ ଜୟ ଏବଂ ପ୍ରତୀକଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଛି। ଯାହା ଏତେ ବଢିଯାଇଛି ଯେ ପ୍ରତୀକ ଜୟଙ୍କ କଲର ଧରିପକାଇଛନ୍ତି। ଯାହା ପରେ ଜୟ ପ୍ରତୀକଙ୍କୁ କହିଛନ୍ତି, 'ତୁ ଶେଷ ହୋଇଗଲୁ,ଗେମ୍ ଓଭର୍ ଏବେ ଆଉ କୌଣସି ନିୟମ ନାହିଁ'। ଏସବୁ ମଧ୍ୟରେ କରନ ଅନୁଭବ କରିଛନ୍ତି ଯେ ଶମିତା ତାଙ୍କୁ 'କ୍ଲାସଲେସ୍' ବୋଲି କହିଛନ୍ତି। କରନ ଏଥିରେ ରାଗିଯାଇ ଶମିତାଙ୍କୁ ଆଣ୍ଟି ଡାକି ନିଶାନ୍ତ ଭଟ୍ଟଙ୍କୁ କହିଛନ୍ତି ଯେ ସେ କୌଣସି ଝଗଡାକୁ କାହିଁକି ସମସ୍ୟା କରୁଛି।

PunjabKesari

ଏଥି ସହିତ କରଣଙ୍କ ଏହି କଥାବାର୍ତ୍ତା ପରେ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.