ଭାଇରାଲ ହେଉଛି ବୟକଟ ବ୍ରହ୍ମାସ୍ତ୍ର, ରିଲିଜ ପୂର୍ବରୁ ନର୍ଭସ ହେଲେ କରଣ ଜୋହର! କହିଲେ ଏମିତି କିଛି…
16/08/2022 at 9:14 AM

ମୁମ୍ୱାଇ ୧୬/୦୮: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଆୟାନ ମୁଖାର୍ଜୀଙ୍କ ଡ୍ରିମ୍ ପ୍ରୋଜେକ୍ଟ । ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ଆୟାନ୍ ମୁଖାର୍ଜୀ ବହୁତ ପରିଶ୍ରମ କରିଛନ୍ତି । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ଲୋକମାନେ ବ୍ରହ୍ମାସ୍ତ୍ରକୁ ବୟକଟ୍ କରିବା କଥା କହୁଛନ୍ତି । ଲାଲ ସିଂ ଚଢା ଏବଂ ରକ୍ଷାବନ୍ଧନ ପରେ ଟ୍ୱିଟରରେ ଏବେ ଟ୍ରେଣ୍ଡ କରୁଛି ବୟକଟ ବ୍ରହ୍ମାସ୍ତ୍ର ।
ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର କରଣ ଜୋହରଙ୍କ ପ୍ରଡକ୍ସନରେ ନିର୍ମିତ । କରଣ ଜୋହର ବର୍ତ୍ତମାନ ବୟକଟ୍ ବ୍ରହ୍ମାସ୍ତ୍ର ଧାରା ଉପରେ ପ୍ରତିକ୍ରିୟା ରଖିଛନ୍ତି । ବାସ୍ତବରେ, ଅଗଷ୍ଟ ୧୫ରେ, ବ୍ରହ୍ମାସ୍ତ୍ର ନିର୍ଦ୍ଦେଶକ ଆୟାନ୍ ମୁଖାର୍ଜୀଙ୍କ ଜନ୍ମଦିନ ଥିଲା । ଆୟାନଙ୍କ ଜନ୍ମଦିନରେ କରଣ ତାଙ୍କୁ ଏକ ସ୍ୱତନ୍ତ୍ର ନୋଟ୍ ଲେଥି ଓ୍ୱିସ୍ କରିଥିଲେ । ଜନ୍ମଦିନ ପୋଷ୍ଟରେ କରଣ ଆୟାନଙ୍କୁ ପ୍ରଶଂସା କରିଥିଲେ । ସେ ଲେଖିଥିଲେ ଯେ ସେ ତାଙ୍କର ଦୁଇ ପିଲାଙ୍କ ପରି ଆୟାନ ବିଷୟରେ ଚିନ୍ତା କରୁଛନ୍ତି ।
କରଣ ଜୋହର ଏହି ପୋଷ୍ଟରେ ଆୟାନଙ୍କୁ ଅନେକ ଭଲପାଇବା ଦେବା ସହ ବ୍ରହ୍ମାସ୍ତ୍ରର ବଏକଟ୍ ଧାରାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । କରଣ ଜୋହର, ଆୟାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି – ‘ସେପ୍ଟେମ୍ବର ୯ରେ ଆମ ପାଇଁ କଣ ଅଛି, ଆମେ ବର୍ତ୍ତମାନ ପୂର୍ବାନୁମାନ କରିପାରିବୁ ନାହିଁ । କିନ୍ତୁ ତୁମର କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଏହା ଏକ ବିଜୟ ନିଶ୍ଚୟ ।