ନିଜ ଫିଲ୍ମର ଅଭିନେତ୍ରୀଙ୍କୁ ନେଇ କରନ ଜୋହର ନେଲେ ଏହି ବଡ ନିଷ୍ପତ୍ତି, ଆରମ୍ଭ ହେବ ନୂଆ ପରମ୍ପରା

Published By : Prameya-News7 Bureau | November 20, 2019 IST

ମୁମ୍ବାଇ୨୦|୧୧: ବଲିଉଡରେ ସବୁଠୁ ପ୍ରତିଷ୍ଠିତ ନିର୍ମାତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି କରନ ଜୋହର। ଧର୍ମା ପ୍ରଡକ୍ସନ ବ୍ୟାନରରେ ଅନେକ ସଫଳ ଫିଲ୍ମ ନିର୍ମାଣ କରିଛନ୍ତି କରନ। ଏବେ କରନ ଏକ ଏମିତି ନିଷ୍ପତ୍ତି ନେଇଛନ୍ତି ଯାହା ଫିଲ୍ମ ଇଣ୍ଡଷ୍ଟ୍ରିରେ କେହି ଭାବିନଥିବେ। କରନ ଏବେ ନିଜର ସବୁ ନାରୀ ପ୍ରଧାନ ବା ଅଭିନେତ୍ରୀ ପ୍ରଧାନ ଫିଲ୍ମରେ ଅଭିନେତ୍ରୀଙ୍କୁ  ନିର୍ମାତାର ମାନ୍ୟତା ପ୍ରଦାନ କରିବେ ।

{"id":187042,"sizeSlug":"large"}

କରନ ଜୋହର ନିଜେ ଏହି ଘୋଷଣା କରିଛନ୍ତି। କରନଙ୍କ ଅନୁସାରେ ତାଙ୍କ ତରଫରୁ ସେ କେବେ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଭେଦଭାବ କରିବେ ନାହିଁ। ଫିଲ୍ମ ଇଣ୍ଡଷ୍ଟ୍ରିରେ ସାଧାରଣତଃ ଅଭିନେତ୍ରୀମାନେ ଅଭିନେତାଙ୍କ ତୁଳନାରେ କମ ପାରିଶ୍ରମିକ ପାଇଥାନ୍ତି । ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପଡା ଓଅନ୍ୟ  ଅଭିନେତ୍ରୀମାନେ ଏହି ପ୍ରସଂଗ ବରାବର ଉଠାଇଥାନ୍ତି । ଏଥିପାଇଁ କରନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଭଳି କରିବା ଦ୍ବାରା ଫିଲ୍ମ ଭଲ ଲାଭ କଲେ ସଂପୃକ୍ତ ଅଭିନେତ୍ରୀଙ୍କୁ ମଧ୍ୟ ଏହାର ଲାଭାଂଶ ମିଳିବ ।  ଧର୍ମା ପ୍ରଡକ୍ସନ ଏହି ନିଷ୍ପତ୍ତିକୁ ନିଷ୍ଠାର ସହ ପାଳନ କରିବ ।  

{"id":187043,"sizeSlug":"large"}

କରନ ଯୋହାରଙ୍କ ପ୍ରଡକ୍ସନରେ ଏବେ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ “ଗୁଞ୍ଜନ ସକ୍‌ସେନା- ଦ’କାର୍ଗିଲ ଗର୍ଲ”ର ନିର୍ମାଣ ଚାଲିଛି। ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀ ଗୁଞ୍ଜନ ସକ୍‌ସେନାଙ୍କ ବାପା ଭୂମିକାରେ ଅଭିନୟ କରିବେ। ଧର୍ମା ପ୍ରଡକ୍ସନର ଫିଲ୍ମରେ ଅଭିନେତ୍ରୀଙ୍କ ଭୂମିକା ଦମଦାର ଥାଏ।

{"id":187044,"sizeSlug":"large"}

ଗତ ବର୍ଷ କରନ ‘ରାଜି’ ଫିଲ୍ମ ନିର୍ମାଣ କରିଥିଲେ ଓ ଏଥିରେ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। କରନଙ୍କ ଆଗାମୀ ଫିଲ୍ମ ଗୁଡ ନ୍ୟୁଜରେ ଅଭିନେତା ଅକ୍ଷୟ କୁମାର, ଦିଲଜିତ ଦୋସାଞ୍ଜ ଓ ଅଭିନେତ୍ରୀ କରୀନା କପୁର, କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଯାହା ଦର୍ଶକ ବହୁତ ପସନ୍ଦ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.