ବିବାହ କରିବାକୁ ଯାଉଛନ୍ତି କରଣ ଜୋହର! ନିର୍ଦ୍ଦେଶକଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର୍

Published By : Prameya-News7 Bureau | May 25, 2022 IST

ମୁମ୍ୱାଇ ୨୫/୦୫: ବଲିଉଡର ନାମୀଦାମୀ ନିର୍ମାତା କରଣ ଜୋହରଙ୍କ ଆଜି ଜନ୍ମଦିନ । ୫୦ ବର୍ଷରେ ପାଦ ଥାପିଛନ୍ତି ଏହି ଫେମସ ଡାଇରେକ୍ଟର । ସେଥିପାଇଁ କରଣଙ୍କ ପାଇଁ ଏହି ଜନ୍ମଦିନଟି ବେଶ୍ ଖାସ୍ । ଏହି ଖାସ ଦିନଟିକୁ କରଣ ତାଙ୍କ ଫ୍ୟାନ୍ସଙ୍କ ପାଇଁ ସ୍ପେଶାଲ ପ୍ଲାନିଙ୍ଗ କରିଛନ୍ତି । ଫିଲ୍ମ ନିର୍ମାତା ୫୦ ତମ ଜନ୍ମଦିନ ଅବସରରେ କିଛି ଘୋଷଣା କରିବାକୁ ଯାଉଛନ୍ତି ।

wp:html /wp:html

କରଣଙ୍କ ସ୍ପେଶାଲ ଆନାନାଉନ୍ସମେଣ୍ଟ କଣ ?
ଏହାର ସୂଚନା କରଣ ଜୋହର ଟ୍ୱିଟର ଜରିଆରେ ଦେଇଛନ୍ତି । କରଣ ଟ୍ୱିଟ କରି ଫ୍ୟାନ୍ସଙ୍କୁ କହିଛନ୍ତି ସେ ବହୁତ କିଛି ଖାସ୍ ଘୋଷଣା କରିବାକୁ ଯାଉଛନ୍ତି । କରଣ ଜୋହର ଲେଖିଛନ୍ତି ଗୋଟିଏ ଖାସ୍ ଦିନ, ସ୍ପେଶାଲ ନୋଟ୍, ଗୋଟିଏ ସ୍ପେଶାଲ ଘୋଷଣା । ଯୋଡି ହୋଇ ରହିଥାନ୍ତୁ । ଖୁବଶିଘ୍ର କିଛି ଘୋଷଣା ହୋଇପାରେ ।

wp:html /wp:html

କରଣଙ୍କ ଏହି ଟ୍ୱିଟ ପରେ ପ୍ୟାନ୍ସ ମହଲରେ ଖୁସିର ମାହୋଲ ଦେଖାଦେଇଛି । ଅଧିକରୁ ଅଧିକ ଫ୍ୟାନ୍ସ କହିଛନ୍ତି କରଣ ତାଙ୍କ ବିବାହକୁ ନେଇ କିଛି ଘୋଷଣା କରିପାରନ୍ତି । କେହି କେହି କହିଛନ୍ତି ଅନୁମାନ ଅଛି କି ନିର୍ଦ୍ଦେଶକ ପଠାନ୍ ଫିଲ୍ମକୁ ନେଇ କିଛି ଘୋଷଣା କରିପାରନ୍ତି । ଏବେ ଅପେକ୍ଷା କରଣଙ୍କ ଘୋଷଣାକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.