scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଇଣ୍ଡଷ୍ଟ୍ରିରେ କରଣ ଜୋହରଙ୍କ ୨୫ବର୍ଷ, ଏହି ଅବସରରେ ମେଲବର୍ଣ୍ଣ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ସେ ହେବେ ସମ୍ମାନିତ

20/07/2023 at 3:54 PM

ମୁମ୍ବାଇ 20/07 : ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କରଣ ଜୋହର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ। ସେ ନିଜ କ୍ୟାରିୟରରେ ପ୍ରେମ-ରୋମାନ୍ସରେ ଭରପୁର ଅନେକ ଚଳଚ୍ଚିତ୍ର  ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏମିତି କହିଲେ ଭୁଲ୍ ହେବନି ଯେ,  କରଣ ଜୋହର ଦର୍ଶକଙ୍କୁ ଶିଖାଇଛନ୍ତି ରୋମାନ୍ସ।  1998ରେ ଫିଲ୍ମ ‘କୁଛ୍ କୁଛ୍ ହୋତୈ ହୈ’ ଜରିଆରେ ନିଜ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ କରିଥିଲେ। ସେବେଠାରୁ ଆଉ ପଛକୁ ଚାହିଁ ନାହାନ୍ତି କରଣ । ଦର୍ଶକଙ୍କୁ ପାଇଁ ଆଣିଥିଲେ ଗୋଟେ ପରେ ଗୋଟେ ଦମଦାର ଚଳଚ୍ଚିତ୍ର। ବର୍ତ୍ତମାନ କରଣ ଜୋହର ଇଣ୍ଡଷ୍ଟ୍ରିରେ ୨୫ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ମେଲବର୍ଣ୍ଣ 2023 ର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ତାଙ୍କୁ ସମ୍ମାନିତ କରଯିବ।

Internet

କରଣ ଜୋହର ଗତ 25ବର୍ଷ ମଧ୍ୟରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜ କାମରେ ଅନେକ ଛାପ ଛାଡ଼ିଛନ୍ତି। ଆଉ ଜଣେ ଦକ୍ଷ  ନିର୍ଦ୍ଦେଶକ ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ବର୍ତ୍ତମାନ ମେଲବର୍ଣ୍ଣର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ଅଭିନେତାଙ୍କ 25ବର୍ଷକୁ କରାଯିବ ସେଲିବ୍ରେଟ୍। IFFM କରଣ ଜୋହରଙ୍କ ଉଲ୍ଲେଖନୀୟ ଯାତ୍ରା, ତାଙ୍କ କାହାଣୀ ଏବଂ ସିନେମା ପ୍ରତି ତାଙ୍କର ଅଦମ୍ୟ ଉତ୍ସାହକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି। କରଣ ଜୋହର କେବଳ ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ ସଫଳତା ହାସଲ କରିନାହାଁନ୍ତି ବରଂ ନିର୍ଦ୍ଦେଶକ ଭାବରେ ମଧ୍ୟ ତାଙ୍କର ରହିଛି ମହତ୍ତ୍ୱପୂର୍ଣ୍ଣ ଅବଦାନ। ଅନେକ ନୂଆ ନୂଆ ଟ୍ୟାଲେଣ୍ଟକୁ ସେ ଦିଅନ୍ତି ଚାନ୍ସ।

ଏହି ବିଷୟରେ କରଣ କହିଛନ୍ତି, ମେଲବର୍ଣ୍ଣର 14ତମ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରି ମୁଁ ଅତ୍ୟଧିକ ଗର୍ବିତ ମନେ କରୁଛି। ଏହି ବର୍ଷ ମୋ ପାଇଁ ବିଶେଷ ମହତ୍ତ୍ୱ ରଖିଛି ଯେହେତୁ ମୁଁ ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ 25 ବର୍ଷ ପାଳନ କରୁଛି। ଚଳଚ୍ଚିତ୍ର ନିର୍ମାତା ଭାବରେ ଗତ 25 ବର୍ଷ ଚ୍ୟାଲେଞ୍ଜ ଓ ବିଜୟରେ ଥିଲା ପରିପୂର୍ଣ୍ଣ।

କାମ କଥା କହିଲେ, କରଣ ଜୋହର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ୍ କାହାନୀ’ ପାଇଁ ଅଛନ୍ତି ଲାଇମଲାଇଟରେ। ତାଙ୍କ ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ, ରଣଭୀର ସିଂ, ଧର୍ମେନ୍ଦ୍ର, ଜୟା ବଚ୍ଚନ, ଶବାନା ଆଜମୀ ମଧ୍ୟ ନଜର ଆସିବେ।

Also Read-

   Related Posts