କରଣ ଜୋହରଙ୍କ କଫି ହ୍ୟାମ୍ପରରେ କଣ କଣ ଥାଏ ମହଙ୍ଗା ଗିଫ୍ଟ, ଖୋଲିଲେ ସିକ୍ରେଟ୍

Published By : Prameya-News7 Bureau | October 17, 2022 IST

ନୂଆଦିଲ୍ଳୀ ୧୭।୧୦: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ କରଣ ଜୋହର । ତାଙ୍କ ଲୋକପ୍ରିୟ ଚିଟ୍‌-ଚାଟ୍‌ ଶୋ’ କଫି୍‌ ୱିଥ୍‌ କରଣ। ଏହି ଶୋ’ ବହୁତ ପପୁଲାର ହୋଇଛି । ଶୋ’ରେ ଅନେକ ସେଲିବ୍ରିଟିଙ୍କ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଖୁଲାସା କରିଥାନ୍ତି। ଯେମିତିକି ସେମାନଙ୍କ ଲଭ୍‌ ଲାଇଫ୍‌, ପସନ୍ଦ-ନାପସନ୍ଦ, ପ୍ରିୟ ଅଭିନେତା-ଅଭିନେତ୍ରୀ, ବି-ଟାନ୍‌ର ଗସିପ୍‌ ଆଦି ବିଷୟରେ ମନ ଖୋଲା କଥାବାର୍ତ୍ତା କରିଥାନ୍ତି। ହେଲେ କେହି କେବେ ଜାଣି ନାହାନ୍ତି କରଣ ଶୋ’ରେ କଣ ଗିଫ୍ଟ ହ୍ୟାମ୍ପରରେ ଦିଅନ୍ତି । କିନ୍ତୁ ଅନେକ ସେଲେବ୍‌ମାନେ ଏହା ବିଷୟରେ ପଚାରିଛନ୍ତି । ହେଲେ କରଣ ଏହାର ରାଜ୍‌ ଖୋଲିକି କୁହନ୍ତି ନାହିଁ। ବର୍ତ୍ତମାନ କରଣ ଏହି ହ୍ୟାମ୍ପର ସସ୍‌ପେନସ୍‌ ଖୋଲିଛନ୍ତି।  

ଡିଜନି ପ୍ଲସ୍‌ ହଟଷ୍ଟାର ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ କରଣ ଏହି ହ୍ୟାମ୍ପରରୁ ପରଦା ଉଠାଉଥିବାର ନଜର ଆସିଛନ୍ତି । ଏନେଇ କରଣ କହିଛନ୍ତି ଏହା ସବୁଠାରୁ ସୁନ୍ଦର ଆୱାର୍ଡ ଭଳି। କରଣ ଏହା କହିଛନ୍ତି ଯେ ଏହି ବକ୍ସକୁ ତାଙ୍କ ବନ୍ଧୁ ଦୀପ୍ତି ଗୋଏଙ୍କା ଏବଂ ତାଙ୍କ ଟିମ୍‌ ଡିଜାଇନ୍ କରିଛନ୍ତି। ବକ୍ସରେ ଚମତ୍କାର ଅଳଙ୍କାର, ମାର୍ଶଲ ଆକ୍ସନ୍, ସ୍ପିକର, ଅଡି ଏସପ୍ରେସୋ ମୋବାଇଲ୍, ଆମାଜନ ଇକୋ ଶୋ-୧୦, ମହଙ୍ଗା ଚା, ଟି ମେକ, ଚକୋଲେଟ୍, ବିଭିନ୍ନ ପ୍ରକାରର ମିଠା, କଫି ୱିଥ୍‌ କରଣ ମଗ୍ ସହିତ ଆହୁରି ଅନେକ ଜିନିଷ ଅଛି । ଯାହାକୁ ସେ କ୍ୟାମେରାରେ ଦେଖାଇ ନାହାନ୍ତି। ଏଥିରେ ଆହୁରି ସାମିଲ୍‌ ହୋଇଛି ଶାମ୍ପେନ୍, ମୋବାଇଲ୍ ଫୋନ୍ ଏବଂ ପରର୍ମ୍ୟୁମ୍‌ ।

କରଣ ଜୋହରଙ୍କ ଶୋ' ୨୦୦୦ ମସିହାରେ ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ଏହାର ୭ଟି ସିଜିନ୍‌ ଆସିଛି ।  ପ୍ରତ୍ୟେକ ଥର ଭଳି, ଏହି ବର୍ଷ ମଧ୍ୟ ତାଙ୍କ ଶୋ’ରେ ଅନେକ ଚଟ୍‌ପଟା ଖୁଲାସା ହୋଇଛି । ଶୋ’ରେ  ଆଲିଆ ଭଟ୍ଟ, ରଣଭୀର ସିଂ, ସାରା ଅଲି ଖାନ, ଜାହ୍ନବୀ କପୁର, କରୀନା କପୁର, ଅମୀର ଖାନ, ସାମନ୍ଥା,  ଅକ୍ଷୟ କୁମାର, ବିଜୟ ଦେବରାକୋଣ୍ଡା, ଅନନ୍ୟା ପାଣ୍ଡେ, କ୍ରିତି ସାନନ, କ୍ୟାଟ୍ରିନା ଏବଂ ଅନ୍ୟମାନେ ତାଙ୍କ ଅତିଥି ଥିଲେ। ଏଥର ସ୍ୱତନ୍ତ୍ର ଅତିଥି ଥିଲେ ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ। କାହିଁକି ନା ସେ ବହୁତ କମ୍‌ ଶୋ’ରେ ନଜର ଆସନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.