'ବିଗ୍‌ବସ୍‌' ଓଟିଟି-୨କୁ ହୋଷ୍ଟ କରିବେନି କରନ୍, ଏହି ସେଲିବ୍ରିଟିଙ୍କୁ ଅଫର କଲେ ନିର୍ମାତା

Published By : Prameya-News7 Bureau | June 24, 2022 IST

ମୁମ୍ବାଇ ୨୪।୦୬ : 'ବିଗ୍ ବସ୍' ହେଉଛି ଟିଭିର ପ୍ରସିଦ୍ଧ ରିଆଲିଟି ଶୋ’। ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ବିଗ୍ ବସ୍ ର ଶେଷ ସିଜିନର ପ୍ରସିଦ୍ଧ ଚେହେରା ଏବଂ ଆକର୍ଷଣୀୟ କାର୍ଯ୍ୟ ଯୋଗୁଁ ଏହା ବହୁତ ହୋଇଥିଲା। 'ବିଗ୍ ବସ୍' ସିଜିନ୍‌ ୧୫ ଆରମ୍ଭ ହେବା ପୂର୍ବରୁ ନିର୍ମାତାମାନେ ଏହାର ଓଟିଟି ଭର୍ସନ ଆଣିଥିଲେ। ଯାହା ପ୍ରାୟ ୨ମାସ ପର୍ଯ୍ୟନ୍ତ ଚାଲିଥିଲା। ଏହି ଶୋ’କୁ ଚଳଚ୍ଚିତ୍ର ନିର୍ମାତା କରନ୍‌ ଜୋହର ହୋଷ୍ଟ କରିଥିଲେ। କିନ୍ତୁ ବର୍ତ୍ତମାନ ଖବର ଆସିଛି କି କରନ୍ ଜୋହର ବିଗ୍ ବସ୍ ଓଟିଟି ସିଜନ୍ ୨ ହୋଷ୍ଟ କରିବାକୁ ମନା କରି ଦେଇଛନ୍ତି।

କରନ୍‌ ଜୋହରଙ୍କୁ 'ବିଗ୍ ବସ୍' ଓଟିଟି ସିଜନ୍-୨ ର ହୋଷ୍ଟିଂ ଦେଖିବାକୁ ମିଳିବ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ କରଣ ଏଥିପାଇଁ ନିର୍ମାତାମାନଙ୍କୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। କାରଣ ସେ ନିଜର ଚାଟ୍ ଶୋ 'କଫି ୱିଥ୍ କରଣ'କୁ ହୋଷ୍ଟ କରୁଛନ୍ତି। ଏଥିପାଇଁ ସେ କହଥିଲେ ଏକ ସମୟରେ ଦୁଇଟି ଭିନ୍ନ ପ୍ଲାଟଫର୍ମରେ କାମ କରିପାରିବେ ନାହିଁ। ସେଥିପାଇଁ ସେ ବିଗ୍ ବସ୍ ଓଟିଟି ସିଜନ୍ -୨ ହୋଷ୍ଟ କରିବାକୁ ମନା କରିଦେଇଛନ୍ତି।

ବର୍ତ୍ତମାନ ନିର୍ମାତାମାନେ ଶୋ’ ପାଇଁ ଫରାହ ଖାନଙ୍କ ନିକଟକୁ ଯାଇଛନ୍ତି। ଯଦି ଫରାହ 'ବିଗ୍ ବସ୍' ଓଟିଟି କୁ ହୋଷ୍ଟ କରିବାକୁ ହଁ କୁହନ୍ତି, ତେବେ ସେ ନିଶ୍ଚିତ ଭାବରେ ସିଜିନ୍‌-୨ ମଧ୍ୟ ଅଧିକ ଲୋକପ୍ରୟ ହେବ ।କାହିଁକି ନା 'ବିଗ୍ ବସ୍' ସିଜନ୍-୧ ରେ ଫରାହ ଶୋ’ରେ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.