Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମଲିଂଗୀ ସମ୍ପର୍କକୁ ସୁପ୍ରିମକୋର୍ଟଙ୍କ ସ୍ୱୀକୃତି : ସ୍ୱାଗତ କଲେ କରନ୍ ଜୋହର

6/09/2018 at 6:49 PM

ମୁମ୍ବାଇ ୬|୯:  ସମଲିଂଗୀ ଯୌନସମ୍ପର୍କକୁ ସୁପ୍ରିମକୋର୍ଟ ଆଜି ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହାକୁ ନେଇ ଦେଶର ଲେସବିଆନ, ଗେ, ବାଇ ସେସ୍କ୍ସୁଆଲ ଏବଂ ଟ୍ରାନ୍ସଜେଣ୍ଡରଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ଏହି ଐତିହାସିକ ରାୟକୁ ବଲିଉଡ୍‌ର ବିଭିନ୍ନ ସେଲିବ୍ରିଟୀ ସ୍ବାଗତ କରିଛନ୍ତି । ଲୋକପ୍ରିୟ ନିର୍ଦ୍ଦେଶକ କରନ ଜୋହର ଟୁଇଟ୍‌ ଜରିଆରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଲେଖିଛନ୍ତି ଯେ, “ଶେଷରେ ଐତିହାସିକ ରାୟ ଆସିଲା । ଏହା ଦ୍ବାରା ମୁଁ ବେଶ୍‌ ଗର୍ବ ଅନୁଭବ କରୁଛି । ମାନବିକତା ଏବଂ ସମାନ ଅଧିକାରକୁ ଆଗକୁ ବଢାଇବା କ୍ଷେତ୍ରରେ ଏହା ବାସ୍ତବିକ ଏକ ଐତିହାସିକ ପଦକ୍ଷେପ ।”

   Related Posts