Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

କରଣଙ୍କର ୩ଟି ଫିଲ୍ମରେ ଏକାଠି ନଜର ଆସିବେ କିଆରା-ସିଦ୍ଧାର୍ଥ ! ଜାଣନ୍ତୁ ସତ କଣ ?

15/02/2023 at 10:51 AM

ମୁମ୍ଵାଇ ୧୫।୦୨: ବଲିଉଡ୍‌ର ଡ୍ୟାସିଙ୍ଗ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ସୁନ୍ଦରୀ ଅଭନେତ୍ରୀ କିଆରା ଆଡଭାନୀ । ନିକଟରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । କିଆରା-ସିଦ୍ଧାର୍ଥଙ୍କ ସହ କରଣ ୩ଟି ଫିଲ୍ମର କନଣ୍ଟ୍ରାକ୍ଟ ସାଇନ୍‌ କରିଛନ୍ତି। ଏବଂ ଗିଫ୍ଟ ମଧ୍ୟ ଦେଇଛନ୍ତି।  ହେଲେ କଣ ଏହି ଖବର ସତ କି ? ଚାଲନ୍ତୁ ଜାଣିବା ଏହା ବିଷୟରେ…

ସିଦ୍ଧାର୍ଥ-କିଆରା ଫିଲ୍ମ ଶେରଶାହରେ ଦୁହେଁ ଏକାଠି କାମ କରିଥିଲେ । ଦର୍ଶକଙ୍କୁ ଦୁହିଁଙ୍କର ରୋମାଣ୍ଟିକ୍‌ ଅନ୍ଦାଜ୍‌ ଖୁବ୍‌ ପସନ୍ଦ ଆସିଥିଲା। ଏହା ପରେ ବି ଫ୍ୟାନ୍ସ ପୁଣି ଏକାଠି ଦେଖିବାକୁ ଚାହୁଁଛନ୍ତି। ଏହାରି ମଧ୍ୟରେ  କରଣ ଜୋହର ସିଡ୍‌-କିଆରାଙ୍କୁ ତିନୋଟି ଫିଲ୍ମରେ ଡିଲ୍‌ ପାଇଁ ସାଇନ୍‌ କରିଛନ୍ତି। ତାହାଲେ ତିନିଟି ଫିଲ୍ମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିବ। କହିବାକୁ ଗଲେ ଏହା ଫେକ୍‌ ନ୍ୟୁଜ୍‌। ମିଥା ପ୍ରଚାର ହୋଇଛି।  

ତେବେ ଇ-ଟାଇମସ୍‌ ରିପୋର୍ଟ ଅନୁଯାୟୀ ଧର୍ମା ପ୍ରଡକ୍ସନର ସୁତ୍ରରୁ କହିଛନ୍ତି କି କିଆରା-ସିଡ୍‌, କରଣଙ୍କର ବହୁତ ନିକଟତର। ତାଙ୍କୁ କୌନସି କଣ୍ଟ୍ରାକ୍ଟରେ ସାଇନ୍‌ କରାଇବା ଆବଶ୍ୟକ ନାହିଁ । ସେପଟେ କରଣ ବି ଏହା ବିଷୟରେ ମନା କରି ଦେଇଛନ୍ତି।କିଆରା-ସିଡ୍‌ ଦୁହେଁ ୭ ଫେବୃୟାରୀ ଜୈସଲମରରେ ସାତଫେରା ନେଇଥିଲେ। ଦୁହିଁଙ୍କ ବିବାହର ଫଟୋ ଭିଡିଓ ସେୟାର କରିଥିଲେ।  ଯାହା ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ୍‌ ହେବାରେ ଲାଗିଛି ।  ଫ୍ୟାନ୍ସ ଏହାକୁ ଦେଖି ପ୍ରେମ ବର୍ଷା କରୁଛନ୍ତି।

   Related Posts