ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କରଣ ଜୋହରଙ୍କ ପାର୍ଟିରେ କରୋନା ବିସ୍ଫୋରଣ ? ୫୦-୫୫ ଅତିଥି ହେଲେ ସଂକ୍ରମିତ !      

5/06/2022 at 10:26 AM

ନୂଆଦିଲ୍ଲୀ ୦୫।୦୬ : ବଲିଉଡର ଜଣାଶୁଣା ନିର୍ମାତା କରଣ ଜୋହର ତାଙ୍କର ୫୦ ତମ ଜନ୍ମଦିନ ପାଳନ କରିଛନ୍ତି। କରଣ ଜୋହର ତାଙ୍କ ଜନ୍ମଦିନରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ।  ଯେଉଁଥିରେ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରିର ଅନେକ ଲୋକପ୍ରିୟ ତଥା ଚର୍ଚ୍ଚିତ ଚେହେରାକୁ ଦେଖିବାକୁ ମିଳିଥିଲା । ଇଣ୍ଡଷ୍ଟ୍ରିରି ଦୂରେଇ ରହିଥିବା କଳାକାରମାନେ ମଧ୍ୟ ଏହି ପାର୍ଟିରେକୁ ଆସିଥିଲେ ।

କରୋନା ଜୋହରଙ୍କ ପାର୍ଟିରୁ କରୋନା ବ୍ୟାପିଗଲା କି?

କରଣଙ୍କ ଗ୍ରାଣ୍ଡ ପାର୍ଟୀ ଖୁବ୍‌ ଜୋରରେ ଚାଲିଥିଲା କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ଏହି ପାର୍ଟୀର ଅଂଶ ହୋଇଥିବାରୁ ଅନେକ ଅତିଥିଙ୍କୁ ଏବେ ମହଙ୍ଗା ପଡିଛି। ମିଡିଆ ରିପୋର୍ଟ ଅନୁଯାୟୀ, କରଣ ଜୋହରର ଏହି ଗ୍ରାଣ୍ଡ ପାର୍ଟିକୁ ଅତିଥି ଭାବରେ ଆସିଥିବା ୫୦ ରୁ ୫୫ ଜଣଙ୍କୁ କରୋନା ସଂକ୍ରମଣ ହୋଇଛି। ଶୁଣିବାକୁ ମିଳୁଛି କି ଅପମାନ ତଥା ଡର ଭୟରେ କୋଭିଡ ପଜିଟିଭ୍ ବୋଲି ପ୍ରକାଶ କରୁ ପାରୁ ନାହାଁନ୍ତି।

ଏହି ସଂକ୍ରମଣ କାହା ମାଧ୍ୟମରେ ଅନ୍ୟ ତାରକାଙ୍କ ନିକଟରେ ବ୍ୟାପିଛି ତାହା କହିବା କଷ୍ଟକର, କିନ୍ତୁ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଫିଲ୍ମର ପ୍ରମୋସନ କରୁଥିବା ଜଣେ ଅଭିନେତ୍ରୀଙ୍କ ମାଧ୍ୟମରେ ଏହା ଭାଇରାଲ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି।

କହିବାକୁ ଗଲେ ଅକ୍ଷୟ କୁମାର ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ପରି ତାରକାମାନେ ଗତ କିଛି ସପ୍ତାହ ମଧ୍ୟରେ କୋଭିଡ ପଜିଟିଭ ବୋଲି ସ୍ୱୀକାର କରିଛନ୍ତି। ବର୍ତ୍ତମାନ କଳ୍ପନାଜଳ୍ପନା କରାଯାଉଛି, ଯେଉଁମାନେ ଚଳିତ ବର୍ଷ IIFA ୨୦୨୨ରେ ପହଞ୍ଚି ନଥିଲେ, ବୋଧହୁଏ ଏହାର କାରଣ ହେଉଛି ସେମାନଙ୍କର କୋଭିଡ ସଂକ୍ରମିତ ହୋଇଛନ୍ତି। ହେଲେ ଏହା ସହ ଜଡିତ କୌଣସି ସୂଚନା ମିଳି ନାହିଁ ।

   Related Posts