‘ଯେଉଁ ମୋବାଇଲରେ ଭିଡିଓ ହୋଇଥିଲା ତାହା ହଜିଗଲା’- ଏନସିବିର ପ୍ରଶ୍ନର ଏମିତି ଜବାବ ଦେଲେ କରଣ ଜୋହର

Published By : Prameya-News7 Bureau | December 19, 2020 IST

ମୁମ୍ବାଇ ୧୯/୧୨: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ ଆଙ୍ଗଲ୍ ଆସିବା ପରେ ବଲିଉଡର ଅନେକ ବଡ଼ ବଡ଼ କଳାକାରମାନଙ୍କୁ ପଚରାଉଚରା କରାଯାଇସାରିଛି। ଏହି ମାମଲାରେ ଏନସିବି ନିକଟରେ ବଲିଉଡର ନିର୍ମାତା-ନିର୍ଦେଶକ କରଣ ଜୋହରଙ୍କୁ ସମନ ପଠାଇଥିଲେ। ଏନସିବି କରଣ ଜୋହରଙ୍କୁ ନୋଟିସ୍ ପଠାଇ ୨୦୧୯ରେ ତାଙ୍କ ଘରେ ହୋଇଥିବା ପାର୍ଟିକୁ ନେଇ କିଛି ପ୍ରଶ୍ନ କରିଥିଲା। ପାର୍ଟି​ରେ କିଏ କିଏ ସାମିଲ ଥିଲେ? କେଉଁ କ୍ୟାମେରାରେ ଭିଡିଓ ସୁଟ୍ ହୋଇଥିଲା? ନିମନ୍ତ୍ରଣ କାର୍ଡ଼ ପଠାଯାଇଥିଲା କି?

{"id":379512,"sizeSlug":"large","linkDestination":"none"}

ଏଥିରେ କରଣ ଜୋହର ନିଜ ଉତ୍ତର ପଠାଇଛନ୍ତି। କରଣ ଜୋହର ଏନସିବିର ନୋଟିସରେ କରାଯାଇଥିବା ପ୍ରଶ୍ନର ଉତ୍ତରରେ ଏକ ଚିଠି ଏବଂ ପେନଡ୍ରାଇଭ ପଠାଇଛନ୍ତି। ଏଥିରେ ସେ କହିଛନ୍ତି ଯେ ୨୦୧୯ଜୁଲାଇ​‌ରେ ହୋଇଥିବା ଭିଡିଓ ସୁଟିଂ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରାଯାଇଥିଲା କିନ୍ତୁ ଏବେ ସେହି ମୋବାଇଲ୍ ଫୋନ୍ ତାଙ୍କ ପାଖରେ ନାହିଁ। କରଣଙ୍କ ଏକଥାରେ ଏନସିବିର ଅଧିକାରୀ ନିଜ ବରିଷ୍ଠ ଅଧିକାରୀଙ୍କ ରାୟ ନେବେ ଏବଂ ଯାହା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେବେ।

{"id":379514,"sizeSlug":"large","linkDestination":"none"}

ଏନସିବି ଅଧିକାରୀ କେପିଏସ୍ ମାଲହୋତ୍ରା କହିଥିଲେ ଯେ ଭାଇରାଲ୍ ହୋଇଥିବା ଭିଡିଓରେ ଏନସିବିକୁ ଶିରୋମଣି ଅକାଳୀ ଦଳର ନେତା ମନଜିନ୍ଦର ସିଂହ ସିରସାଙ୍କ ତରଫରୁ ଅଭିଯୋଗ ମିଳିଥିଲା ଯାହାର ତଦନ୍ତ ଦାୟିତ୍ବ ମହାରାଷ୍ଟ୍ରର ଜୋନାଲ୍ ୟୁନିଟକୁ ଦିଆଯାଇଥିଲା। ଭିଡିଓର ସତ୍ୟତା ଜାଣିବା ପାଇଁ କରଣ ଜୋହରଙ୍କୁ ଏହି ନୋଟିସ୍ ପଠାଯାଇଥିଲା।

{"id":379516,"width":580,"height":420,"sizeSlug":"large","linkDestination":"none"}

କରଣଙ୍କ ଘରେ ୨୦୧୯ମସିହାରେ ପାର୍ଟି ହୋଇଥିଲା। ଏହି ପାର୍ଟି​‌ରେ ରଣବୀର କପୁର,ଦୀପିକା ପାଦୁକୋନ,ମଲାଇକା ଅରୋରା,ଅର୍ଜୁନ କପୁର,ଅୟାନ ମୁଖାର୍ଜୀଙ୍କ ସମେତ ଅନେକ ବଲିଉଡ କଳାକାର ସାମିଲ ହୋଇଥିଲେ। ପାର୍ଟିର ଭିଡିଓ କରଣ ସୋସିଆଲ୍ ମିଡିଆରେ ମଧ୍ୟ ସେୟାର କରିଥିଲେ। ଏହି ପାର୍ଟି​ରେ ଡ୍ରଗ୍ସର ସେବନ କରାଯାଇଥିଲା। ବିବାଦ ହେବାରୁ କରଣ ଏହି ଭିଡିଓ ହଟାଇ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.