ଦୁର୍ଘଟଣା ପରେ ପ୍ରଥମ ଥର ଆସିବ କରମଣ୍ଡଳ, ଅପଲିଙ୍କ ରୁଟ୍ରେ ଗଡିବା ନେଇ ସ୍ପଷ୍ଟ କଲେ CPRO
7/06/2023 at 11:43 AM

ଭୁବନେଶ୍ୱର ୦୭/୦୬: ବାହନଗା ଟ୍ରେନ ଟ୍ରାଜେଡି ନେଇ ଦକ୍ଷିଣ ପୂର୍ବ ରେଲୱେ CPROଙ୍କ ପ୍ରତିକ୍ରିୟା । ଦୁର୍ଘଟଣା ପରେ ଆଜି ପ୍ରଥମ ଥର ଆସିବ ଆସିବ କରମଣ୍ଡଳ । ଅପଲିଙ୍କ ରୁଟ୍ରେ ଆସିବ କରମଣ୍ଡଳ ଏକ୍ସପ୍ରେସ । ଅପରାହ୍ନ ୩ଟା ୨୦ରେ ହାୱଡାରୁ ଛାଡିବ କରମଣ୍ଡଳ ଏକ୍ସପ୍ରେସ୍ । ପାଖାପାଖି ସନ୍ଧ୍ୟା ୭ଟାରେ ବାହନଗା ଷ୍ଟେସନ କ୍ରସ କରିବ ।
ବାହନଗା ଷ୍ଟେସନରେ ଥିବା ୪ଟି ଲାଇନ୍ରେ ୩ଟି ଲାଇନ୍ ଲିଙ୍କ୍ କରାଯାଇଛି । ବାକି ଗୋଟିଏ ଲାଇନ୍ ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଯୋଡା ହୋଇଯିବ । ସୂଚନା ଥାଉକି, ବାହାନଗା ଟ୍ରାଜେଡି ପରେ ରେଲୱେ ସେଫ୍ଟି କମିଶନର ଏବଂ CBI ବାହନଗା ଷ୍ଟେସନରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ୫୮୧ ଟି ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୧୪୧ ଜଣ ମୃତକଙ୍କ ପରିବାର ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣ ପୂର୍ବ ରେଲୱେ CPRO ଆଦିତ୍ୟ କୁମାର ଚୌଧୁରୀ ।