oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଭଦ୍ରକ ସ୍ବତନ୍ତ୍ର ଉପକାରାଗାର ପରିସରରେ ‘କାରାଗାର ସ୍ଥାପନ ଦିବସ’ ପାଳିତ

10/12/2020 at 4:34 PM

ଭଦ୍ରକ ୧୦/୧୨: ଅନ୍ତର୍ଜାତୀୟ ମାନବ ଅଧିକାର ଦିବସରେ ରାଜ୍ୟରେ ‘କାରାଗାର ସ୍ଥାପନ ଦିବସ’ ପାଳିତ ହେବାକୁ ନିଷ୍ପତ୍ତି ନିଆ ଯାଇଥିବାରୁ ଭଦ୍ରକ ସ୍ବତନ୍ତ୍ର ଉପକାରାଗାର ପରିସରରେ କାରାଗାର ସ୍ଥାପନ ଉତ୍ସବ ପାଳିତ ହୋଇଛି । ଏହି ନିରାଡାମ୍ବର ଉତ୍ସବରେ କାରାରକ୍ଷୀ ଅନ୍ତେବାସୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଇ ବିଜେତାମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଅନ୍ତେବାସୀମାନଙ୍କ ମଧ୍ୟରେ କ୍ୟାରମ, ବକତୃତା, ଦେଶାତ୍ମବୋଧକ ଗୀତ, ପ୍ରବନ୍ଧ ଓ ମହିଳା ବନ୍ଦୀମାନଙ୍କ ମଧ୍ୟରେ ଝୋଟି, ମ୍ୟୁଜିକ ଚେୟାର, ହୁଳହୋଳି ପ୍ରତିଯୋଗୀତା ତଥା କର୍ମଚାରୀମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗୀତା ହେବା ସହ ବିଜେତାମାନଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ୩୩୦ ପୁରୁଷ ଅନ୍ତେବାସୀ ଥିବା ଏହି ଜେଲରେ ୨୨ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି । ଅନୁଷ୍ଠିତ କେରମ ପ୍ରତିଯୋଗିତା ପାଇଁ ମୁନ୍ନା ସୋରି, ହରିସ ମହାନ୍ତି, ସଂଗିତ ପାଇଁ ହିମାଂସୁ ସାହୁ,ବକ୍ତୃତା ପାଇଁ ଚକ୍ରଧର ସେଠି, ପ୍ରବନ୍ଧରେ ଜ୍ୟୋତି ପ୍ରକାଶ ଜେନା ପ୍ରମୁଖ ବିଜୟୀ ହୋଇ ପୁରଷ୍କୃତ ହୋଇଛନ୍ତି।

ମହିଳାମାନଙ୍କ ମଧ୍ୟରେ ଝୋଟି ପାଇଁ ଇତିଶ୍ରୀ ପତି, ସାନ୍ତ୍ବନା ମୂଳକ ଭାବେ ଶାନ୍ତିଲତା ଅଧିକାରୀ,ରିନାମଣି, ବାସନ୍ତି ବାରିକଙ୍କୁ ପୁରଷ୍କୃତ କରାଯାଇଥିଲା। ସେହିପରି ଶୃଙ୍ଖଳା ପାଇଁ କାରାରକ୍ଷି ଅଭୟ ପଟ୍ଟନାୟକ ଓ କଏଦୀ ସଂଜୟ କୁମାର ମଳିକଙ୍କୁ ସମ୍ମାନିତ କରା ଯାଇଥିଲା । କରୋନା ସମୟରେ ଅନ୍ତେବାସୀମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ସେବା ଓ ଉପଯୁକ୍ତ ସାନିଟାଇଜେସନ ପାଇଁ ଜେଲ ଫର୍ମାସିଷ୍ଟ ଜେନ୍ମଜୟ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଜେଲ ପରିସରରେ ଅନ୍ତେବାସୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର କ୍ୟାଣ୍ଟିନକୁ ଉଧଘାଟନ ମଧ୍ୟ କରାଯାଇଛି ।

   Related Posts