ପାକିସ୍ତାନର ଏହି ଚାଚା ହେଉଛନ୍ତି ଧୋନିଙ୍କ ପ୍ରଶଂସକ: ୮ ବର୍ଷ ହେଲା ଚାଚାଙ୍କୁ ଟିକେଟ ପଠାଉଛନ୍ତି ଧୋନି

Published By : Prameya-News7 Bureau | June 14, 2019 IST

ଧୋନି ଏବଂ କରାଚୀରେ ଜନ୍ମ ହୋଇଥିବା ତାଙ୍କର ଜଣେ ପ୍ରଶଂସକଙ୍କ ସମ୍ପର୍କ ୨୦୧୧ ବିଶ୍ୱକପ ସେମି ଫାଇନାଲ ସମୟରେ ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ଏହି ସମ୍ପର୍କ ଆହୁରି ଆହୁରି ମଜବୁତ ହୋଇ ଚାଲିଲା । ଉଭୟଙ୍କ ସମ୍ପର୍କ ଅତି ନିବିଡ । ବସିର ଚାଚା ଧୋନିଙ୍କ ବହୁତ ବଡ ପ୍ରଶଂସକ ।

{"id":122996,"width":580,"height":434}

ଉଭୟଙ୍କ ସମ୍ପର୍କ ଏତେ ନିବିଡ ଯେ, ବସିରଙ୍କ ପାଖେ ରବିବାର ହେବାକୁ ଥିବା ଭାରତ ପାକିସ୍ତାନ ମ୍ୟାଚ ଟିକେଟ ନଥାଇ ମଧ୍ୟ ସେ ଚିକାଗୋରୁ ମଞ୍ଚେଷ୍ଟର ପହଂଚି ଯାଇଛନ୍ତି । ଚିକାଗୋରୁ ମଞ୍ଚେଷ୍ଟର  ପାଖାପାଖି ୬ ହଜାର କିମି ଦୂର । କାରଣ ସେ ଧୋନିଙ୍କୁ ନେଇ ସେତିକି ଦୃଢ ଯେ, ଧୋନି ଯେମିତି ହେଲେ ତାଙ୍କ ପାଇଁ ଟିକେଟ ବ୍ୟବସ୍ଥା କରିବେ ।

{"id":122993}

୬୩ ବର୍ଷ ବୟସ୍କ ବସିରଙ୍କ ଚିକାଗୋରେ ଏକ ରେସ୍ତୋରାଁ ଅଛି । ବସିର ଚାଚାଙ୍କ ପାଖରେ ଆମେରିକାର ପାସ୍ପୋର୍ଟ ଅଛି । ସେ ଗତକାଲିଠାରୁ ଯାଇସାରିଛନ୍ତି । ସେ କହିଛନ୍ତି ଯେ, ଲୋକେ ଗୋଟିଏ ଗୋଟିଏ ଟିକେଟ ପାଇଁ ୮୦୦ ରୁ ୯୦୦ ପାଉଣ୍ଡ ଖର୍ଚ୍ଚ କରୁଛନ୍ତି ।

{"id":122997}

ଚିକାଗୋରୁ ମଞ୍ଚେଷ୍ଟର ଟିକେଟ ଖର୍ଚ୍ଚ ମଧ୍ୟ ୮୦୦ ରୁ ୯୦୦ ପାଉଣ୍ଡ । ତେବେ ମ୍ୟାଚ ଟିକେଟ ପାଇଁ ତାଙ୍କୁ ଏତେ ପରିଶ୍ରମ କରିବାକୁ ପଡ଼ିନାହିଁ ବୋଲି ସେ କହିଛନ୍ତି ଏବଂ ସେଥିପାଇଁ ଧୋନିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

{"id":122994}

ବସିର କହିଛନ୍ତି ଯେ, ସେ କେବେ ଧୋନିଙ୍କୁ ଫୋନ କରନ୍ତିନି । କାରଣ ସେ ସବୁବେଳେ ବ୍ୟସ୍ତ ଥାନ୍ତି । ସେ ମେସେଜ ଜରିଆରେ ତାଙ୍କୁ ସମ୍ପର୍କ କରନ୍ତି । ସେ ଏଠାକୁ ଆସିବା ପୂର୍ବରୁ ଧୋନି ତାଙ୍କୁ ଆଶ୍ୱସ୍ଥ କରିଥିଲେ ଯେ, ତାଙ୍କୁ ଟିକେଟ ଅବଶ୍ୟ ମିଳିବ ଏବଂ ସେ ମ୍ୟାଚ ଦେଖିବେ । ଧୋନି ଜଣେ ଭଲ ଖେଳାଳି ହେବାସହ ଜଣେ ବହୁତ ଭଲ ମଣିଷ ବୋଲି କହିଛନ୍ତି ବସିର ଚାଚା ।

{"id":122995}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.