TIFFରେ କପିଲ୍ଙ୍କ ଫିଲ୍ମ ଜ୍ଵିଗାଟୋ, ଫ୍ୟାନ୍ସଙ୍କୁ ଇମ୍ପ୍ରେସ୍ କରୁଛି ଭିଡିଓ
24/08/2022 at 2:51 PM

ମୁମ୍ଵାଇ ୨୪।୦୮: ଆପ୍ଲାଉଜ୍ ଏଣ୍ଟରଟେନ୍ମେଣ୍ଟ ଏବଂ ନନ୍ଦିତା ଦାସ ଇନିସିଏଟିଭ୍ସ ଦ୍ୱାରା ନିର୍ମିତ ହିନ୍ଦୀ ସିନେମା ‘ଜ୍ୱିଗାଟୋ’ ୪୭ତମ ଟୋରୋଣ୍ଟୋ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ (ଟିଫ୍) -୨୦୨୨ ଲାଗି ଅଫିସିଆଲ୍ ମନୋନୀତ ହୋଇଛି । ଏହା ଟିଫ୍ର କଣ୍ଟେମ୍ପୋରାରୀ ୱାର୍ଲ୍ଡ ସିନେମା ବର୍ଗରେ ୱାର୍ଲ୍ଡ ପ୍ରିମିୟର ହେବ । ନିଶ୍ଚିତ ଭାବେ ଏହା ଓଡ଼ିଶା ପାଇଁ ଗର୍ବର ବିଷୟ । କାରଣ ଓଡ଼ିଶାର ଗୌରବ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସିନେ ନିର୍ମାତା ନନ୍ଦିତା ଦାସ ବଲିଉଡ ଷ୍ଟାର୍ ହାସ୍ୟାଭିନେତା କପିଲ ଶର୍ମାଙ୍କୁ ନେଇ ଏହି ସିନେମା କରିଛନ୍ତି ।

ଗତ ଫେବ୍ରୁଆରୀ ମାସରେ ସିନେମାର ସୁଟିଂ ଭୁବନେଶ୍ୱର, ଖଣ୍ଡଗିରି ଏବଂ ଜେଡିସିଏ ଆର୍ଟ ସେଣ୍ଟର ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିଲା । କାହାଣୀ ଅନୁସାରେ ଏହି ସିନେମାରେ କପିଲ ଜଣେ ଫୁଡ୍ ଡେଲିଭରୀ ବୟର ଭୂମିକା ତୁଲାଇଥିବାବେଳେ ତାଙ୍କ ପତ୍ନୀ ଭୂମିକାରେ ଶାହାନା ଗୋସ୍ୱାମୀ ଅଭିନୟ କରିଛନ୍ତି । ସିନେମାରେ ବଲିଉଡ କଳାକାରଙ୍କ ସହ କିଛି ଓଡ଼ିଆ କଳାକାର ସାମିଲ ଥିବା କୁହାଯାଉଛି । ସିନେମାକୁ ନେଇ କପିଲ କହିଛନ୍ତି, ମୁଁ ଏହି ସିନେମାରେ କାମ କରିଥିବାରୁ ବହୁତ ଖୁସି ଏବଂ ଉତ୍ସାହିତ । କାରଣ ମୁଁ ନନ୍ଦିତା ଦାସଙ୍କ ଫିଲ୍ମରେ କାମ କରିଛି ।
In the World Premiere of ZWIGATO, director @nanditadas trains her sociopolitical gaze on the gig economy with this story about the trials and tribulations of a food app delivery driver. Starring @KapilSharmaK9 and @shahanagoswami. #TIFF22 https://t.co/cl8a1WASTL pic.twitter.com/gOVxM0Ewym
— TIFF (@TIFF_NET) August 17, 2022
ସେହିପରି ଶାହାନା କହିଛନ୍ତି, ନନ୍ଦିତା ମତେ ଏହି ଯାତ୍ରାର ଅଂଶ କରିଥିବାରୁ ତାଙ୍କ ନିକଟରେ କୃତଜ୍ଞ । ଭାରତୀୟ ସିନେ ଜଗତରେ ଜଣେ ସଫଳ ଏବଂ ଶ୍ରେଷ୍ଠ ସିନେ ନିର୍ମାତା ଓ ଅଭିନେତ୍ରୀ ଭାବେ ନନ୍ଦିତା ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି । ସିନେମାର କାହାଣୀ ରଚନା ଓ ନିର୍ଦ୍ଦେଶନା ନନ୍ଦିତା ଦେଇଥିବାବେଳେ ତାଙ୍କୁ ରଚନାରେ ସହଯୋଗ କରିଛନ୍ତି ସମୀର ପାଟିଲ । ବାକି ନିର୍ମାଣ ପଛରେ ସମୀର ନାଏର, ଦୀପକ ସେଗଲ ଓ ନନ୍ଦିତା ରହିଛନ୍ତି ।