Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଦୀର୍ଘ ୧୦ଦିନ ପରେ ଖୋଲିଲା କପିଳେଶ୍ବର ମନ୍ଦିର, ତାଲା ଭାଙ୍ଗିଲେ ଶତାଧିକ ମହିଳା

6/03/2023 at 4:44 PM

ଭୁବନେଶ୍ବର ୬।୩: ଖୋଲିଲା କପିଳନାଥ ମନ୍ଦିର । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦକୁ ନେଇ ମନ୍ଦିରରେ ପଡିଥିଲା ତାଲା । ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଠାକୁରଙ୍କ ସେବାକୁ ନେଇ ବିବାଦ ଲାଗିଥିଲା । କପିଳନାଥଙ୍କ ଯାତ୍ରା ବା ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଜାତଠାରୁ ବନ୍ଦ ଥିଲା କପିଳେଶ୍ବର ମନ୍ଦିରର ମୁଖ୍ୟ ଦ୍ୱାର । ଦୀର୍ଘ ୧୦ଦିନ ପରେ ସୋମବାର ଖୋଲିଛି କପିଳେଶ୍ୱର ମନ୍ଦିର । ଶତାଧିକ ମହିଳା ଆସି ମନ୍ଦିରର ତାଲା ଭାଙ୍ଗିଥିବା ସୂଚନା ମିଳିଛି ।

ହାଣ୍ଡିଭଙ୍ଗା ଯାତଠାରୁ ୧୦ଦିନ ଧରି ଠାକୁର ଥିଲେ ବିନା ନୀତିକାନ୍ତି ଓ ଭୋକ ଉପବାସରେ । ଚଳିତ ବର୍ଷ ମଧ୍ୟ ହୋଇପାରିନି କପିଳନାଥଙ୍କ ଯାତ୍ରା । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଟ୍ରଷ୍ଟ ଓ ପ୍ରଶାସନ ପକ୍ଷରୁ ଅନେକ ଥର ଉଦ୍ୟମ ହୋଇଥିଲେ ହେଁ କୌଣସି ସୁଫଳ ମିଳି ପାରିନଥିଲା। ସୋମବାର ମନ୍ଦିର ଦ୍ୱାର ଖୋଲା ଯାଇଥିଲେ ହେଁ ନୀତିକାନ୍ତି କିଭଳି ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁରୁଣା ଭୁବନେଶ୍ୱର ସ୍ଥିତ କପିଳନାଥ ମନ୍ଦିର ନିକଟରେ ବ୍ୟାପକ ପୋଲିସ ମୁତୟନ କରି ପରିସ୍ଥିତି ଉପରେ ନଜର ରଖିଛି ପ୍ରଶାସନ।

   Related Posts