ଢେଙ୍କାନାଳ ୦୪/୦୭: ସାତକୋଶିଆ ଅଭୟାରଣ୍ୟରୁ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିବା ଏକ ହାତୀ ଛୁଆର ମୃତ୍ୟୁ ହୋଇଛି। ଏହି ହାତୀ ଛୁଆର ବୟସ ୬ବର୍ଷ ଓ ଏହା ଏକ ଅଣ୍ଡିରା ହାତୀ ଛୁଆ ବୋଲି ଜଣାପଡ଼ିଛି।
ହାତୀ ଛୁଆର ପାଟିରେ ସଂକ୍ରମଣ ଜନିତ କ୍ଷତ ଯୋଗୁଁ ପୀଡିତ ଅବସ୍ଥାରେ ଗତ ୨ତାରିଖରେ ଚିକିତ୍ସା ପାଇଁ କପିଳାଶକୁ ହାତୀ ଉଦ୍ଧାର କେନ୍ଦ୍ରକୁ ପଠାଯାଇଥିଲା। ତେବେ କପିଳାଶରେ ହାତୀ ଛୁଆର ଚିକିତ୍ସା ଚାଲିଥିବା ବେଳେ ସେ କିଛି ଖାଉ ନଥିଲା। ତାର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଜଟିଳ ଥିଲା ବୋଲି ଢେଙ୍କାନାଲ ବନଖଣ୍ଡ ଅଧିକାରୀ କହିଛନ୍ତି ।