WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହିଳା ସଂରକ୍ଷଣ ବିଧେୟକକୁ ନେଇ ଆସିଲା କପିଲ ଶିବଲଙ୍କ ବୟାନ, ଜାଣନ୍ତୁ କହିଛନ୍ତି କ’ଣ?

20/09/2023 at 8:16 PM

ନୂଆଦିଲ୍ଲୀ ୨୦।୯: ମହିଳା ସଂରକ୍ଷଣ ବିଧେୟକକୁ ନେଇ ରାଜ୍ୟସଭା ସାଂସଦ କପିଲ ଶିବଲ ବୟାନ ଦେଇଛନ୍ତି। ସେ କହିଛନ୍ତି ଏହି ବିଧେୟକକୁ ସେ ପ୍ରଥମରୁ ସମର୍ଥନ କରିଆସୁଛନ୍ତି। ତେବେ ଏହି ବିଧେୟକ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଉପରେ ଶିବଲ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରର ଏନଡିଏ ସରକାର ୨୦୧୪ ମସିହାରେ ଏହି ବିଧେୟକ ଲାଗୁ କରିବାର ଥିଲା। ହେଲେ ବିଜେପି ଏହା ଉପରେ କାହାର ସହମତି ହେବାକୁ ଦେଇ ନଥିଲା। ତେବେ ମୋଦି ସରକାର ଯାହାବି କରୁଛନ୍ତି ୨୦୨୪ ଲୋକସଭା ନିର୍ବାଚନକୁ ନଜରରେ ରଖି କରୁଛନ୍ତି ବୋଲି ସେ କହିଛନ୍ତି।

ଗଣମାଧ୍ୟମ ସହ ଆଲୋଚନାରେ ଶିବଲ ପ୍ରଶ୍ନ କରିଛନ୍ତି ଯେ ବିନା  ସୀମା ନିର୍ଦ୍ଧାରଣରେ ସେମାନେ (କେନ୍ଦ୍ର ସରକାର) ଏହି ବିଧେୟକକୁ କାର୍ଯ୍ୟକାରୀ କରିଦେବେ କି? ଆମେ ପ୍ରସ୍ତୁତ। ଜନଗଣନା ଓ ସୀମା ନିର୍ଦ୍ଧାରଣ କଥା ତୁମେ କହିଛ, ଆମେତ ପ୍ରଥମରୁ ଏଥି ପାଇଁ ପ୍ରସ୍ତୁତ। ଆମେ ସବୁବେଳେ ଏଥି ପାଇଁ ପ୍ରସ୍ତୁତ ଥିଲୁ, ଚାହେ ଆମେ ଶାସନରେ ଥାଉ ବି ବିରୋଧୀ ଦଳରେ ମହିଳା ସଂରକ୍ଷଣ ବିଧେୟକ ଆମର ଦାବି ଓ ପ୍ରତିଶ୍ରୁତି ଥିଲା। ତେବେ ସେମାନେ ଏଥି ପାଇଁ ଲାଗୁ କରୁ ନାହାନ୍ତି କାରଣ ସେମାନଙ୍କୁ ଜଣା ସେମାନେ ୨୦୨୯ରେ ବି ବିଧେୟକକୁ ଲାଗୁ କରିବେନି, ଏହା ତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକ ରଣନୀତି।

ସେ କହିଛନ୍ତି ଯେ ଆମେ ବିପକ୍ଷରେ ଥାଉ କି ଶାସନରେ ୨୦୧୪ରୁ ଏ ପର୍ଯ୍ୟନ୍ତ ଆମେ ଏହି ବିଧେୟକ ଆଣିବାକୁ ପ୍ରସ୍ତୁତ ଥିଲୁ। ହେଲେ ସେତେବେଳେ ବିଜେପି ଏହି ବିଧେୟକ ଉପରେ ସହମତି ହେବାକୁ ଦେଇ ନଥିଲା। ଏହା ପୂର୍ବରୁ ଶିବଲ ମଙ୍ଗଳବାର କହିଥିଲେ ଯେ ଏହି ବିଧେୟକ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିକ୍ରି ହେଉଥିବା ଆଉ ଏକ ସ୍ୱପ୍ନ, ଏହାର ଲାଭ ଦେଶରେ ମହିଳାଙ୍କୁ ୨୦୨୯ରେ ବି ମିଳିବନି। ଶିବଲ କହିଥିଲେ ଯେ ବିଧେୟକକୁ ରାଜନୈତିକ ଉଦ୍ଦେଶ୍ୟରେ ଅଣାଯାଇଛି। ଏହାକୁ ବୁଝିବାକୁ ଆଶ୍ଚର୍ଯ୍ୟଜନକ କାରଣ ବିଜେପି ସରକାର ଯଦି ବିଧେୟକ ଆଣିବାର ଥିଲା ତେବେ  ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ଏପର୍ଯ୍ୟନ୍ତ  ୯ ବର୍ଷ ୪ ମାସ ହେଲା କରୁଥିଲେ କଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ବହୁମତ ସହ ଲୋକସଭାରେ ପାସ୍‌ ହେଲା ମହିଳା ସଂରକ୍ଷଣ ବିଲ୍‌, ବିରୋଧରେ ମାତ୍ର ୨ ଭୋଟ୍‌

   Related Posts