ମୁମ୍ଵାଇ ୦୨।୧୨: ହାସ୍ୟ ଅଭିନେତା କପିଲ ଶର୍ମା । ଦର୍ଶକ ତାଙ୍କ ଶୋ ଦେଖିବାକୁ ଖୁବ୍ ଆଗ୍ରହୀ । ସୁନୀଲ ଗ୍ରୋଭରଙ୍କ ପ୍ରଶଂସକମାନେ ଏହି ଯୋଡିଙ୍କୁ ଏକାଠି ଦେଖିବା ପାଇଁ ବହୁତ ସମୟ ଅପେକ୍ଷା କରିଥିଲେ । ଶେଷରେ ବର୍ତ୍ତମାନ ଦର୍ଶକଙ୍କ ଏହି ଅପେକ୍ଷା ସମାପ୍ତ ହୋଇଛି। ଗୁଥୀ ଫେମ୍ ସୁନୀଲ ଗ୍ରୋଭର ଏବଂ କପିଲ ଶର୍ମା ତାଙ୍କ ପୁରା ଟିମ୍ ସହିତ ଏକ ନୂଆ ସୋ’ରେ ପୁଣି ଥରେ ଆସିବାକୁ ପ୍ରସ୍ତୁତ ଅଛନ୍ତି।
କପିଲ ଶର୍ମା ଦୀର୍ଘ ସମୟ ଧରି ଛୋଟ ପରଦାରେ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଥିଲେ । ନିକଟରେ କପିଲ କହୁଥିଲେ- 'ଘର ବଦଳିଛି, ପରିବାର ନୁହେଁ'। ସେତେବେଳେ ପ୍ରଶଂସକମାନେ ଅଧିକ କିଛି ବୁଝି ପାରିନଥିଲେ, କିନ୍ତୁ ବର୍ତ୍ତମାନ ସାମ୍ନାକୁ ଖବର ଆସିଛି ଯେ କପିଲ ବର୍ତ୍ତମାନ ଦର୍ଶକଙ୍କ ପାଇଁ ଏକ ବଡ଼ ସରପ୍ରାଇଜ୍ ଆଣିଛନ୍ତି। ଏବେ ପୁଣି ଥରେ କପିଲ ଏବଂ ସୁନୀଲଙ୍କୁ ଏକାଠି ଦେଖିବାକୁ ମିଳିବ।
wp:html/wp:html
ନିକଟରେ ନେଟଫ୍ଲିକ୍ସ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି। ଏହି ଭିଡିଓରେ କପିଲ ଏବଂ ସୁନୀଲ ଏକାଠି ନଜର ଆସିଛନ୍ତି। ଏହା ପରେ ଦୁହେଁ ପରସ୍ପର ସହିତ ହସନ୍ତି ଏବଂ ଥଟ୍ଟା କରନ୍ତି । ତା’ପରେ ଧୀରେ ଧୀରେ ସମଗ୍ର ଟିମ୍ ଦେଖିବାକୁ ମିଳେ। କହିବାକୁ ଗଲେ, ୨୦୧୭ରେ କପିଲ ଏବଂ ସୁନୀଲଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା । ସେବେଠାରୁ ଦୁହେଁ ଏକାଠି କାମ କରିବା ବନ୍ଦ କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ପ୍ରଶଂସକମାନେ ଯୋଡିକୁ ପୁଣି ଏକାଠି ଦେଖିବାକୁ ପାଇବେ।
wp:embed {"url":"https://www.prameyanews7.com/ranveer-singh-calls-johnny-deep-his-idol-in-red-sea-film-festival/","type":"wp-embed","providerNameSlug":"prameya-news-7"}