oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ମଦ ନିଶାରେ ବୁଡି ରହୁଥିଲେ କପିଲ, ସମୁଦ୍ରରେ ବୁଡି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ

8/11/2021 at 3:29 PM

ନୂଆଦିଲ୍ଲୀ ୦୮/୧୧: କପିଲ ଶର୍ମା ଜଣେ ଏପରି ଷ୍ଟାର ଯିଏକି ତାଙ୍କ କଠିନ ପରିଶ୍ରମ ଆଧାରରେ ବହୁତ କିଛି ହାସଲ କରିଛନ୍ତି। କିନ୍ତୁ ତାଙ୍କ ଜୀବନ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଖରାପ ସମୟ ଆସେ। ସେହିପରି କପିଲ ଶର୍ମାଙ୍କ ଜୀବନରେ ମଧ୍ୟ ସେହି ଖରାପ ସମୟ ଆସିଥିଲା। ଏହି ସମୟରେ ସେ ଆତ୍ମହତ୍ୟା ବିଷୟରେ ଚିନ୍ତା କରିବା ଆରମ୍ଭ କରିଥିଲେ, ତା’ପରେ ଶାହାରୁଖ ଖାନ ତାଙ୍କ ଜୀବନରେ ଦେବଦୂତ ସାଜି ଆସିଥିଲେ। ଯାହା କପିଲ ଶର୍ମା ନିଜେ ପ୍ରକାଶ କରିଛନ୍ତି।

ହାସ୍ୟ ଅଭିନେତା କପିଲ ଶର୍ମା ଏକ ସାକ୍ଷାତକାର ସମୟରେ ମଦ୍ୟପାନ ଏବଂ ଚିନ୍ତାର ସମସ୍ୟା ବିଷୟରେ କହିଛନ୍ତି। ସେ କହିଛନ୍ତି, ଏହି ଉଭୟ ଅସୁବିଧାରୁ ମୁକ୍ତି ପାଇବାରେ ଶାହାରୁଖ ଖାନ ସାହାଯ୍ୟ କରିଥିଲେ। ସେ ମଦ୍ୟପାନ କରିବା ଆରମ୍ଭ କରିଥିଲେ, ଏହା ପରେ ସେ ନିଜ କ୍ୟାରିୟରରେ କ୍ରମାଗତ ଭାବରେ ଖସିପଡିଥିଲେ। କିନ୍ତୁ ଶାହାରୁଖ ଖାନଙ୍କ ସାହାଯ୍ୟରେ ସେ ପୁଣି ଟ୍ରାକକୁ ଫେରିଥିଲେ।

ଫିଲ୍ମ ‘ଫିରଙ୍ଗି’ ସମୟରେ ଶାହାରୁଖ ଖାନ ତାଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ମାର୍ଗଦର୍ଶନ କରିଥିଲେ ଏବଂ ତାଙ୍କୁ ମଦ୍ୟପାନ କରିବାରୁ ବାହାର କରିଥିଲେ। ଏକ ସମୟରେ ସେ ଏତେ ଉଦାସୀନତା ଭିତରକୁ ଯାଇଥିଲେ ଯେ ସେ ମଞ୍ଚରେ ଅଭିନୟ କରିବାକୁ ଡରୁଥିଲେ ଏବଂ ସେ ନିଜ କୁକୁର ସହିତ ଅଫିସରେ ବନ୍ଦ ରହୁଥିଲେ। ଲୋକମାନେ ତାଙ୍କ ଶୋ’କୁ ଆସିବା ବନ୍ଦ କରିଦେଲେ ଏବଂ ସେ ଲୋକଙ୍କ ରାଡାରରୁ ଖସିଯିବା ଆରମ୍ଭ କରିଥିଲେ। ସେହି ସମୟରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ କିଛି ସମୟ ପାଇଁ ତାଙ୍କ ସମୁଦ୍ର ନିକଟ ଆପାର୍ଟମେଣ୍ଟରେ ରହିବାକୁ ପରାମର୍ଶ ଦେଇଥିଲେ। ଯେତେବେଳେ ସେ ଆପାର୍ଟମେଣ୍ଟରେ ପହଞ୍ଚିଲେ, ତାଙ୍କ ସମ୍ମୁଖରେ ଥିବା ଗଭୀର ସମୁଦ୍ରକୁ ଦେଖି ସେ ସେଥିରେ ଡେଇଁପଡିବାକୁ ମନସ୍ତ କରିଥିଲେ।

କପିଲ କହିଛନ୍ତି ଯେ ତାଙ୍କର ଉଦାସୀନତା ହେବାର କାରଣ ହେଉଛି ତାଙ୍କର ନକାରାତ୍ମକ ପବ୍ଲିସିଟି। ସେହି ସମୟ ତାଙ୍କୁ ଏପରି ଅନୁଭବ ହେଉଥିଲା ଯେପରି ସମଗ୍ର ବିଶ୍ୱ ତାଙ୍କ ଉପରେ ଗୁଳି ଚଳାଉଛି। ସେ କହିଛନ୍ତି ଯେ ଟ୍ୱିଟରରେ ଲୋକଙ୍କ ଟ୍ୱିଟ୍ ତାଙ୍କ ସମସ୍ୟା ବଢାଉଥିଲା। କପିଲ କହିଛନ୍ତି ଯେ ସେହି ସମୟରେ ନକାରାତ୍ମକ ପବ୍ଲିସିଟିକୁ ଏଡାଇବା ପାଇଁ ମୋର କୌଣସି ଉପାୟ ନଥିଲା।

   Related Posts