The Kapil Sharma Show : ପୁଣି ଥରେ ନୂଆ ଚେହେରା ସହ ଦର୍ଶକଙ୍କୁ ହସାଇବେ କପିଲ୍‌

Published By : Prameya-News7 Bureau | August 06, 2022 IST

ମୁମ୍ବାଇ ୦୬।୦୮: ଟିଭି ଶୋ’ କପିଲ ଶର୍ମା ଦୀର୍ଘ ସମୟ ଧରି ଆଉ ପରଦାରେ ଦେଖିବାକୁ ମିଳୁ ନଥିଲା। ନିକଟରେ ସେ ତାଙ୍କ ଟିମ୍‌ ସହିତ କପିଲ ବିଦେଶରେ ସୁଟ୍‌ ପାଇଁ ଯାଇଛନ୍ତି। ତେଣୁ ଶୋ’କୁ ସେଠାରେ ବନ୍ଦ କରିବାକୁ ପଡିଥିଲା। ତେବେ ତାଙ୍କ ସ୍ଥାନରେ ଇଣ୍ଡିଆ ଲାଫଟର ଚ୍ୟାଲେଞ୍ଜ ଆସୁଛି, ଯାହାକୁ ଅର୍ଚ୍ଚନା ପୁରାଣ ସିଂ ଏବଂ ଶେଖର ସୁମନ ଜଜ୍‌ କରୁଛନ୍ତି। ଏହି ଶୋ’କୁ ଭଲ ରେସପନ୍ସ ମଧ୍ୟ ମିଳୁଛି । ତେବେ ଦି କପିଲ ଶର୍ମା ଶୋ ଭଳି ଏହାକୁ ପସନ୍ଦ କରାଯାଉ ନାହିଁ। କପିଲଙ୍କ ଶୋ’ କୁ ଅପେକ୍ଷା କରିଥିବା ପ୍ରଶଂସକଙ୍କ ପାଇଁ ଏବେ ଏକ ଖୁସି ଖବର। ବର୍ତ୍ତମାନ ଶୋ ପୁଣି ଥରେ ଆସୁଛି । ଏଥର ଶୋ’ରେ ଏକ ନୂଆ ଚେହେରା ଦେଖାଯିବ।

wp:html
/wp:html

ଏନେଇ ଇନଷ୍ଟାଗ୍ରାମରେ କପିଲଙ୍କ ଟିମ୍‌ ପକ୍ଷରୁ ଏକ ଘୋଷଣା କରାଯାଇଛି। ସୋସିଆଲ ମିଡିଆରେ ଏହା ଲେଖାଯାଇଛି, 'ଭାରତର ସବୁଠାରୁ ଲୋକପ୍ରିୟ ଶୋ’ କପିଲ ଶର୍ମା ଶୋ ପୁଣି ଫେରୁଛି।  ବର୍ତ୍ତମାନ ନୂଆ ସଦସ୍ୟମାନେ ମଧ୍ୟ ଏହି ପରିବାରରେ ଯୋଗଦେବେ।

ଏହାର ଅର୍ଥ ହେଉଛି ଯଦି ଆପଣ ମଧ୍ୟ ଏହି ଶୋ’ରେ ଆପଣଙ୍କର କମେଡି କୌଶଳ ଦେଖାଇବାକୁ ଚାହାଁନ୍ତି, ତେବେ ଆପଣ ଏହି ଶୋ ପାଇଁ ଅଡିସନ୍ ଦେଇପାରିବେ। ଏହି ଘୋଷଣା ପରଠାରୁ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ହେଲେ ଅଧିକାଂଶ ପ୍ରଶଂସକ ମନ୍ତବ୍ୟରେ ଅନୁରୋଧ କରୁଛନ୍ତି ଯେ ସୁନୀଲ ଗ୍ରୋଭରଙ୍କୁ ଶୋ’ରେ ଡାକିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.