scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫେସ୍‌ବୁକ ଲାଇଭରେ ଆସିଲେ, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଅଭିନେତା

14/06/2023 at 4:01 PM

ମୁମ୍ବାଇ ୧୪।୦୬: ହିନ୍ଦୀ ଟେଲିଭିଜନ ଦୁନିଆରେ ହଇଚଇ । ଫେସ୍‌ବୁକ ଲାଇଭରେ ଆସି ଆତ୍ମହତ୍ୟା ଉଦ୍ୟମ କଲେ କପିଲ୍‌ ଶର୍ମାଙ୍କ ବନ୍ଧୁ ତଥା ସାଥୀ କଳାକାର । ତେବେ ଜଣେ ଝିଅ ପାଇଁ ମୃତ୍ୟୁବରଣ କରିବାକୁ ଉଦ୍ୟମ କରିଛନ୍ତି ହାସ୍ୟ ଅଭିନେତା ତୀର୍ଥନନ୍ଦ ରାଓ ।  କପିଲ ଶର୍ମାଙ୍କ ସୁପର୍‌ହିଟ୍‌ ଶୋ ‘କମେଡି ଶୋ କେ ଅଜୁବେ’ରେ କାମ କରିଥିବା ଅଭିନେତା ସୋସିଆଲ ମିଡିଆ ଲାଇଭ୍‌ରେ ଆସି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଆଉ ସେହି ସମୟରେ ହିଁ ତୀର୍ଥନନ୍ଦ ଆତ୍ମହତ୍ୟାର କାରଣ କହିଛନ୍ତି ।

ଫେସବୁକରେ ଏକ ଲାଇଭ୍ ସମୟରେ ତୀର୍ଥନନ୍ଦ କହିଛନ୍ତି ଯେ ‘ସେ ଜଣେ ମହିଳାଙ୍କ ସହ “ଲିଭ୍‌-ଇନ୍” ସଂପର୍କରେ ଅଛନ୍ତି, କିନ୍ତୁ ସେ ତାଙ୍କ ଭାବପ୍ରବଣତାକୁ ନେଇ ବ୍ଲାକମେଲ୍‌ କରି ଟଙ୍କା ମାଗିଥିଲେ । ଭିଡିଓରେ ତୀର୍ଥନନ୍ଦ ଆହୁରି କହିଛନ୍ତି ଯେ, “ଏହି ଝିଅଙ୍କ ହେତୁ ମୋର ୩-୪ ଲକ୍ଷ ଟଙ୍କା ଋଣ ଅଛି । ଗତ ବର୍ଷ ଅକ୍ଟୋବରରୁ ମୁଁ ତାଙ୍କୁ ଜାଣିଛି । ସେ ଭାୟାନନ୍ଦରେ ମୋ ବିରୋଧରେ ପୋଲିସ ଅଭିଯୋଗ ଦାଖଲ କରିଥିଲେ ଏବଂ ମୁଁ କିନ୍ତୁ ଜାଣି ନଥିଲି । ତା’ପରେ ସେ ମଧ୍ୟ ମୋତେ ଫୋନ୍ କରି କହିଥିଲେ ଯେ ସେ ଦେଖା କରିବାକୁ ଚାହୁଁଛନ୍ତି।’

ଲାଇଭ୍ ସମୟରେ ହିଁ ତିର୍ଥନନ୍ଦ ବିଷ ବୋତଲ ବାହାର କରି ପିଇଥିଲେ । ଆଉ ଏହି ଭିଡିଓ ଦେଖି ତାଙ୍କ ସାଙ୍ଗମାନେ ସଙ୍ଗେ ସଙ୍ଗେ ତାଙ୍କ ଘରକୁ ଦୌଡ଼ି ଯାଇଥିଲେ, ଆଉ ତାଙ୍କୁ ସେଠାରୁ ନେଇଯାଇଥିଲେ ଡାକ୍ତରଖାନା । ତେବେ ତୀର୍ଥନନ୍ଦ ରାଓ ଆତ୍ମହତ୍ୟା ଉଦ୍ୟମ କରିବା ଏହା ପ୍ରଥମ ଘଟଣା ନୁହେଁ । ୨୭ ଡିସେମ୍ବର ୨୦୨୧ରେ ଫେସବୁକରେ ଲାଇଭ୍‌ ସମୟରେ ଆସି ଏମିତି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତୀର୍ଥନନ୍ଦ ।
You Can Read:

   Related Posts