ବିଗ୍ ବିଙ୍କ ଉପରେ ଅଭିଯୋଗ ଆଣିଲେ କପିଲ୍ ଶର୍ମା, କହିଲେ-‘କେବିସିରେ ସୁନ୍ଦର ମହିଳାକୁ ସରଳ ପ୍ରଶ୍ନ ପଚାରନ୍ତି’

Published By : Prameya-News7 Bureau | December 20, 2021 IST

ମୁମ୍ବାଇ ୨୦/୧୨: କପିଲ ଶର୍ମା ନିଜର ଚମତ୍କାର କମେଡି ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରନ୍ତି। ତାଙ୍କ ଶୋ’କୁ ଆସୁଥିବା ଅତିଥିମାନଙ୍କ ସହିତ ସେ ବହୁତ ମଜା କରନ୍ତି ଏବଂ ସେମାନଙ୍କୁ ମନୋରଞ୍ଜନ କରିବା ପାଇଁ କୌଣସି ଉପାୟ ଛାଡ଼ନ୍ତି ନାହିଁ। ନିକଟରେ କପିଲ ଅମିତାଭ ବଚ୍ଚନଙ୍କ କୁଇଜ ରିଆଲିଟି ଶୋ' କୌନ ବନେଗା କରୋଡପତୀ ୧୩' ରେ ସୋନୁ ସୁଦଙ୍କ ସହ ପହଞ୍ଚିଥିଲେ। ଯେଉଁଠାରେ ସେ ବିଗ୍ ବିଙ୍କ ସହିତ ବହୁତ ମଜା କରିଥିଲେ।

କେବିସି ୧୩କୁ ନେଇ ତାଙ୍କ ଅଭିଜ୍ଞତା ସେୟାର କରି କପିଲ ଅମିତାଭ ବଚ୍ଚନଙ୍କ ବିଷୟରେ ଏପରି କଥା କହିଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କପିଲ କହିଛନ୍ତି, ଶୋ’କୁ ଆସୁଥିବା ସୁନ୍ଦର ମହିଳାମାନଙ୍କୁ ଅମିତାଭ ସରଳ ପ୍ରଶ୍ନ ପଚାରିଥାନ୍ତି। କପିଲଙ୍କ ଏହି କଥା ଶୁଣିବା ପରେ ଅମିତାଭ ବଚ୍ଚନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

wp:html /wp:html

ସୂଚନାନୁସାରେ, ଏହି ଶନିବାରର ଏପିସୋଡରେ ରବି କିଶନ, ସଚିନ ଖେଡେକର ଏବଂ ସୋନାଲି କୁଲକର୍ଣ୍ଣି କପିଲ ଶର୍ମାଙ୍କ ଶୋ’ରେ ଅତିଥି ଭାବରେ ପହଞ୍ଚିଛନ୍ତି। ଯାହାଙ୍କୁ କପିଲ୍ କେବିସିର ମରାଠି ଭର୍ସନ ବିଷୟରେ କହିଛନ୍ତି, ଯାହାର ହୋଷ୍ଟ ସଚିନ୍ ଖେଡେକର। ଏହି ଆଲୋଚନା ମଧ୍ୟରେ କପିଲ କେବିସି ୧୩ ର ଅଭିଜ୍ଞତା ସେୟାର କରିଛନ୍ତି।

wp:html /wp:html

କପିଲ କହିଛନ୍ତି- ମୁଁ ଗୋଟିଏ ଜିନିଷ ଦେଖିଛି, ଯଦି ସୋନାଲି ଜୀଙ୍କ ପରି ଏକ ସୁନ୍ଦର ଝିଅ ଚାଲିଯାନ୍ତି, ବଚ୍ଚନ ସାହେବଙ୍କ ପ୍ରଶ୍ନ ଅଲଗା ହୋଇଯିବ। ଯେପରିକି, 'ଗୋଲାପ ଫୁଲ କେଉଁ ରଙ୍ଗ?' ଆଉ ଆମ ପରି ଯଦି କେହି ଯାଆନ୍ତି, ତେବେ 'ହୁମାୟୁନ୍ କେବେ ଆସିଥିଲା?' ଯଦିଓ ଆମେ କହିଦେଉ, କେଉଁ ବର୍ଷ ଆସିଥିଲା, ତେବେ କେଉଁ ଦିନ ଆସିଥିଲା? ତା’ପରେ ଆଗକୁ ବଢିନ୍ତି, କେଉଁ ସମୟରେ ଆସିଥିଲା? ’ଏହା ଶୁଣି ସମସ୍ତେ ଜୋରରେ ହସିବାକୁ ଲାଗିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.