ସିରିୟସ୍‌ ଚରିତ୍ରରେ କପିଲ୍‌ ଶର୍ମା, କମେଡି କିଙ୍ଗ୍‌ରୁ ହେଲେ ଡେଲିଭେରୀ ବୟ

Published By : Prameya-News7 Bureau | August 18, 2022 IST

ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମା ନିଜ କମେଡି ପାଇଁ ବହୁ ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କର “ଦି କପିଲ ଶର୍ମା ଶୋ”କୁ ଦେଶ ତଥା ଦେଶ ବାହାରୁ ଢେର୍ ସାରା ଭଲପାଇବା ଓ ପ୍ରଶଂସା ମିଳୁଛି। ସେଥିପାଇଁ ସେ ଇଣ୍ଟରନ୍ୟାସ୍‌ନାଲ ଶୋ’ ବି କରନ୍ତି। ହେଲେ ଖାଲି ଟି.ଭି. ନୁହେଁ, ବଡ ପରଦାରେ ବି ତାଙ୍କ କମେଡିର ଯାଦୁ ଦେଖିବାକୁ ମିଳିଛି। ଫିଲ୍ମ “କିସ୍ କିସ୍‌ କୋ ପ୍ୟାର୍‌ କରୁଁ”ରେ ତାଙ୍କୁ ଅନ୍‌ଲିମିଟେଡ୍‌ କମେଡି କରୁଥିବାର ଦେଖିବାକୁ ମିଳିଥିଲା। ସେମିତି “ଫିରଙ୍ଗୀ” ରେ ବି ସେ ଖୁବ୍ ହସାଇଥିଲେ।  ହେଲେ ଏବେ ସେ ଏକ ଗମ୍ଭୀର ଚରିତ୍ରରେ ପରଦାକୁ ଆସୁଛନ୍ତି। ଦାର୍ଘ ସମୟରୁ କପିଲ୍ ଶର୍ମା ନନ୍ଦିତା ଦାସ୍ଙ୍କ ଫିଲ୍ମ ରେ କାମ କରୁଥିଲେ। ଆଉ ଏବେ ଫିଲ୍ମ କାମ ସରିବା ପରେ ଏହା ୪୭ତମ ଟୋରୋଣ୍ଟୋ ଇଣ୍ଟରନ୍ୟାସ୍ନାଲ୍ ଫିଲ୍ମ ଫେଷ୍ଟିଭାଲରେ ଓ୍ବାର୍ଲଡ୍ ପ୍ରିମିୟର୍ ପାଇଁ ସ୍ଥାନ ପାଇଛି। ଏଥିରେ କପିଲ କମେଡିଆନ୍ ନୁହେଁ, ବରଂ ସିରିୟସ୍ ଚରିତ୍ରରେ ଦମଦାର ଅଭିନୟ କରିଛନ୍ତି।

{"id":672741,"sizeSlug":"full","linkDestination":"none"}

ନନ୍ଦିତା ଦାସ୍ ନିର୍ଦ୍ଦେଶିତ ଏହି ଫିଲ୍ମ “ଜ୍ବିଗାତୋ” ର ଫାର୍ଷ୍ଟ ଲୁକ୍ ରିଲିଜ୍ ହୋଇଛି। କପିଲ୍‌ଙ୍କ ସାଙ୍ଗେ ଏଥିରେ ଅଛନ୍ତି ଶାହାନା ଗୋସ୍ବାମୀ, ଯିଏ ତାଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସିନେମାର ଅଫିସିଆଲ୍ ଟ୍ରେଲର୍ ରିଲିଜ୍ ହେବା ପୂର୍ବରୁ ଏହା ୨୦୨୨ ଟି.ଆଇ.ଏଫ୍.ଏଫ୍ଫେଷ୍ଟିଭାଲ୍ରେ ସ୍ଥାନ ପାଇବା ନିହାତି ଗର୍ବର କଥା ବୋଲି ନିର୍ଦ୍ଦେଶିକା ନନ୍ଦିତା ଦାସ୍ ନିଜ ସୋସିଆଲ୍ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି।  

ଏହି ଫିଲ୍ମରେ କପିଲ୍ ଏକ ନୂଆ ଡେଲିଭରୀ ବୟ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ ନିଜର ଆର୍ଥିକ ସ୍ଥିତି ଓ ଦୈନନ୍ଦୀନ ଆବଶ୍ୟକତା ପାଇଁ ସଂଘର୍ଷ କରୁଛି। ସମାଜର ପ୍ରଥା ଅନୁଯାୟୀ ନିଜ ପତ୍ନୀଙ୍କ ରୋଜଗାର ତାଙ୍କଠାରୁ ଅଧିକା ହେବା ଚିନ୍ତାକୁ ନେଇ ସେ କୁଣ୍ଠାବୋଧ କରୁଛନ୍ତି ଓ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ମହାମାରୀ ପରର ଜୀବନଶୈଳୀରେ ଏକ ପରିବାରର ସୁଖ ଦୁଖଃର ଜୀବନ ହିଁ ଏହି ସିନେମାର କାହାଣୀ। ଖୁବ୍ ଶୀଘ୍ର ଏହାର ଅଫିସିୟାଲ୍ ଟ୍ରେଲର୍ ଆସିବାକୁ ଯାଉଛି। କପିଲ୍ ଶର୍ମାଙ୍କ ଏହି ଭିନ୍ନ ରୂପ ଦେଖିବାକୁ ଦର୍ଶକମାନେ ବି ଖୁବ୍ ଉତ୍ସାହିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.