ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ର ପ୍ରମୋଶନ କରିବାକୁ ମନା କରିଥିଲେ କପିଲ୍‌ ଶର୍ମା ! ଚର୍ଚ୍ଚା ପରେ ମୁହଁ ଖୋଲିଲେ କମେଡି କିଙ୍ଗ…

Published By : Prameya-News7 Bureau | March 11, 2022 IST

ମୁମ୍ବାଇ ୧୧।୦୩ : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ର ପ୍ରମୋଶନ କରିବାକୁ ମନା କରିବା ପରେ ଚାରିଆଡ଼ୁ ସମାଲୋଚନାର ଶିକାର ହେଉଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଏପରି ଖବର ସବୁଆଡେ ଚର୍ଚ୍ଚା ହେବା ପରେ ସୋସିଆଲ ମିଡିଆରେ କପିଲଙ୍କୁ ଟ୍ରୋଲ୍‌ କରାଯାଉଛି । ବର୍ତ୍ତମାନ ତାଙ୍କ ବିରୋଧରେ ‘ବୟକଟ୍‌ କପିଲ’ ବୋଲି ବି  ହ୍ୟାସ୍‌ଟ୍ୟାଗ୍‌ର ଟ୍ରେଣ୍ଡ ଚାଲିଛି। ହେଲେ ଏହା ମଧ୍ୟରେ ମୁହଁ ଖୋଲିଛନ୍ତି କପିଲ । ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ଆଜିର ସୋସିଆଲ ମିଡିଆ ୱାର୍ଲ୍ଡରେ କେବଳ ଏକ ପାଖିକିଆ ଷ୍ଟୋରିକୁ  ସତ ଭାବିବା ଉଚିତ ନୁହେଁ। କିନ୍ତୁ ଯେଉଁମାନେ ଏହାକୁ ସତ ଭାବି ଏହାର ବିଶ୍ଳେଷଣ କରୁଛନ୍ତି ସେମାନଙ୍କୁ ମୋର କିଛି ସଫେଇ ଦେବାର କିମ୍ବା କିଛି କହିବାର ନାହିଁ ।

wp:html /wp:html

କମେଡି କିଙ୍ଗ ନିଜ ଶୋ’ରେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ର ପ୍ରମୋଶନ ପାଇଁ ମନା କରିଥିବା ନେଇ ବିବେକ ସୋସିଆଲ ମିଡିଆରେ ଜଣାଇଥିଲେ। ବିବେକ ନିଜ ଫିଲ୍ମର ପ୍ରମୋଶନ ପାଇଁ କପିଲଙ୍କ ଶୋ’କୁ ଯିବା ଉଚିତ ବୋଲି ଜଣେ ୟୁଜର ଟ୍ୱିଟରରେ କହିଥିଲେ। ଏହାର  ଉତ୍ତର ଦେବାକୁ ଯାଇ ବିବେକ କହିଥିଲେ, କପିଲ ନିଜ ଶୋ’ରେ କାହାକୁ ଆମନ୍ତ୍ରଣ କରିବେ କି ନାହିଁ ତାହା ତାଙ୍କ ଉପରେ ଓ ତାଙ୍କ ଟିମ୍‌ ଉପରେ ନିର୍ଭର କରେ। ମୁଁ ମଧ୍ୟ ତାଙ୍କର ବହୁତ ବଡ଼ ଫ୍ୟାନ୍‌ । ହେଲେ ଭଲ ନିର୍ଦ୍ଦେଶକ, କଳାକାର, ଲେଖକଙ୍କର ବଲିଉଡରେ କିଛି ମୂଲ୍ୟ ନାହିଁ। କାରଣ ଫିଲ୍ମରେ ବଡ଼ କମର୍ସିଆଲ ଷ୍ଟାର ନ ଥିବାରୁ କପିଲ ତାଙ୍କ ଶୋ’ରେ ନିମନ୍ତ୍ରଣ କରିବାକୁ ମୁହେଁ ମୁହେଁ ମନା କରିଦେଇଥିଲେ ବୋଲି କହିଥିଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।

wp:html /wp:html

ବିବେକଙ୍କ ଏହି ଟ୍ୱିଟ ପରେ ୟୁଜର୍ସ କପିଲଙ୍କୁ ଖୁବ୍‌ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ। ଏପରିକି ଜଣେ ୟୁଜର ପଚାରିଛନ୍ତି, କଶ୍ମୀର ଫାଇଲ୍ସକୁ ପ୍ରମୋଟ କରିବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି କପିଲ, କାହାକୁ ଡରୁଛନ୍ତି। କାହିଁକି ବିବେକଙ୍କ ଟିମ୍‌କୁ ଆପଣଙ୍କ ଶୋ’ ପାଇଁ ଆମନ୍ତ୍ରଣ ଦେଇ ନାହାନ୍ତି। ଆମେ ଆପଣଙ୍କ ବହୁତ ବଡ଼ ଫ୍ୟାନ୍ସ। ହେଲେ ଆପଣ ଆମ ପରି ବହୁ ଫ୍ୟାନ୍ସଙ୍କ ହୃଦୟଙ୍କୁ ଦୁଃଖ ପହଞ୍ଚାଥିବାରୁ ଆପଣଙ୍କୁ ବାଧ୍ୟ ହୋଇ ବୟକଟ୍‌ କରୁଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.