କହ୍ନେୟା ଲାଲଙ୍କ ପରିବାରକୁ ସହଯୋଗ ପାଇଁ ଆଗେଇ ଆସିଲେ ଲୋକେ: ୨୪ ଘଣ୍ଟାରେ ଦାନ କଲେ ୧.୩୭ କୋଟି

Published By : Prameya-News7 Bureau | June 30, 2022 IST

ଉଦୟପୁର: ରାଜସ୍ଥାନ ଉଦୟପୁରରେ ଚରମପନ୍ଥୀମାନେ ଯାହା କରିଚନ୍ତି ତାକୁ ସାରା ବିଶ୍ୱ ନିନ୍ଦା କରିଛି। ଟେଲର କହ୍ନେୟା ଲାଲ୍‌ଙ୍କୁ ହତ୍ୟା କରିବା ପରେ ଦେଶରେ ଆଶାନ୍ତି ସୃଷ୍ଟି ହୋଇଛି। ଦେଶରେ ତାଲିବାନ ନୀତି ଚଳିବ ନାହିଁ ବୋଲି ଲୋକେ ନାରା ଦେଉଛନ୍ତି। ଏହାରି ଭିତରେ ଜନ ଅସନ୍ତୋଷ ଦେଖି ରାଜ୍ୟ  ସରାର ଆଜି କହ୍ନେୟାଙ୍କ ଘରକୁ ଆସି ପରିବାରକୁ ସାନ୍ତ୍ୱନା ଦେବା ସହ ୫୧ ଲକ୍ଷ ଟଙ୍କାର ସହୟତା ରାଶି ପ୍ରଦାନ କରିଛନ୍ତି।

କହ୍ନେୟା ତାଙ୍କ ପରିବାରରେ ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ। ତେଣୁ ମୃତ୍ୟୁ ପରେ ତାଙ୍କ ପରିବାର ପାଇଁ ସୃଷ୍ଟି ହୋଇଥିବା ଆର୍ଥିକ ସମସ୍ୟା ଦୂର କରିବାକୁ ସାରା ଭାରତବାସୀ ଆଗେଇ ଆସି ମୁକ୍ତ ହାତରେ ଦାନ କରିଛନ୍ତି। ବିଜେପି ନେତା କପିଲ ମିଶ୍ରା କ୍ରାଉଡ ଫଣ୍ଡିଂ କରି କହ୍ନେୟାଙ୍କ ପରିବାର ପାଇଁ ୧.୩୭ କୋଟି ଟଙ୍କାର ସଂଗ୍ରହ କରିଛନ୍ତି। ମାତ୍ର ୨୪ ଘଣ୍ଟାରେ ଲୋକେ ଏତେ ଟଙ୍କା ଦାନ କରିଛନ୍ତି।

କହ୍ନେୟାଙ୍କୁ ସହଯୋଗ କରିବାକୁ ୩୦ ଦିନ ଏକ କୋଟି ଟଙ୍କା  ଜୁଟାଇବାକୁ ଲକ୍ଷ ରଖିଥିଲେ କପିଲ ମିଶ୍ର। ହେଲେ ୨୪ ଘଣ୍ଟାରେ ଟାର୍ଗେଟ ଠାରୁ ଅଧିକ ଟଙ୍କା ଦାନ କରିଛନ୍ତି ଲୋକେ। ପ୍ରାୟ ୧୨ ହଜାର ଲୋକ ଏହି କ୍ୟାମ୍ପେନ୍‌ରେ ସାମିଲ ହୋଇଥିଲେ। ଏଥିରେ ଫିଲ୍ମ ମେକର ମନୀଷ ମୁନ୍ଦ୍ରା ଏକାକୀ ୧୧ ଲକ୍ଷ ଟଙ୍କାଦାନ କରିଛନ୍ତି। କପିଲ ମିଶ୍ରଙ୍କ ସୂଚନା ଅନୁସାରେ ଦେଶ ବିଦେଶରୁ ଅନୁଦାନ ମିଳିଛି। କପିଲ ମିଶ୍ର ନିଜେ ଯାଇ ତାଙ୍କ ପରିବାରକୁ ଚେକ୍ ଦେବେ ବୋଲି ଟ୍ୱିଟ୍ କରି ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.