ଘରୋଇ କ୍ରିକେଟ୍‌କୁ ଅଣଦେଖା କରୁଥିବା ଖେଳାଳିଙ୍କ ଉପରେ ବର୍ଷିଲେ କପିଲ୍ ଦେବ, କହିଲେ...

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ବିସିସିଆଇ ବୁଧବାର ୨୦୨୩-୨୪ ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଦଳର କେନ୍ଦ୍ରୀୟ ଅନୁବନ୍ଧ ଘୋଷଣା କରିଛି। ଏଥର ଅନେକ ତାରକା ଓ ଅନୁଭବୀ ଖେଳାଳିଙ୍କୁ ବୋର୍ଡ କେନ୍ଦ୍ରୀୟ ଅନୁବନ୍ଧରୁ ବାଦ୍ ଦେଇଛି। ଇଶାନ କିଶନ ଓ ଶ୍ରେୟସ ଆୟରଙ୍କୁ କେନ୍ଦ୍ରୀୟ ଅନୁବନ୍ଧରୁ ବାହାର କରି ବୋର୍ଡ ଯୁବ ଖେଳାଳିଙ୍କୁ କଡ଼ା ସନ୍ଦେଶ ଦେଇଛି। ବିସିସିଆଇର ଏହି ନିଷ୍ପତ୍ତିକୁ ଅଧିକାଂଶ ପୂର୍ବତନ କ୍ରିକେଟର ସଠିକ୍ ବୋଲି କହିଛନ୍ତି। ଆଉ କିଛି ପୂର୍ବତନ ଖେଳାଳି ଉଭୟ ଖେଳାଳି ପ୍ରତ୍ୟାବର୍ତ୍ତନ କରି ପାରିବେ ବୋଲି ଆଶା ରଖିଛନ୍ତି। ଏହା ମଧ୍ୟରେ ଭାରତର ମହାନ ଅଧିନାୟକ ତଥା ପୂର୍ବତନ ଖେଳାଳି କପିଲ ଦେବ ମଧ୍ୟ ବିସିସିଆଇ ଦ୍ଵାରା ଘରୋଇ କ୍ରିକେଟରକୁ ଅଣଦେଖା କରୁଥିବା କ୍ରିକେଟରଙ୍କୁ କେନ୍ଦ୍ରୀୟ ଅନୁବନ୍ଧରୁ ବାହାର କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

wp:heading {"level":4}

Also read- ଟି-୨୦ ବିଶ୍ଵକପ୍‌ ୨୦୨୪ ପାଇଁ କେବେ ହେବ ଟିମ୍ ଇଣ୍ଡିଆର ଘୋଷଣା ? ସାମ୍ନାକୁ ଆସିଲା ତାରିଖ

/wp:heading

ଭାରତର ମହାନ ଅଲରାଉଣ୍ଡର କପିଲ ଦେବ ରଣଜୀ ଟ୍ରଫି ପରି ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ କ୍ରିକେଟକୁ ବଞ୍ଚାଇ ରଖିବା ପାଇଁ ବିସିସିଆଇର ନିଷ୍ପତ୍ତିକୁ ଜରୁରୀ ପଦକ୍ଷେପ ବୋଲି କହିଛନ୍ତି। କପିଲ୍ କହିଛନ୍ତି, କିଛି ଖେଳାଳିଙ୍କୁ ସମସ୍ୟା  ହୋଇପାରେ, କିଛି ଲୋକଙ୍କୁ କଷ୍ଟ ହୋଇପାରେ, ମାତ୍ର ଦେଶଠୁ ବଳି ଆଉ କିଛି ନାହିଁ। ବିସିସିଆଇ ସଠିକ୍ ପଦକ୍ଷେପ ନେଇଛି। ଏହି ପଦକ୍ଷେପ ପାଇଁ ମୁଁ ବିସିସିଆଇକୁ ଅଭିନନ୍ଦନ ଜଣାଉଛି। ମୁଁ ଏହା ଦେଖି ଦୁଃଖିତ ଥିଲି ଯେ, ଯେବେ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରି ଦିଏ ତାପରେ ଘରୋଇ କ୍ରିକେଟ୍‌କୁ ଅଣଦେଖା କରି ଚାଲନ୍ତି।

ସୂଚନାଯୋଗ୍ୟ, ଇଶାନ କିଶନ ଗତ ବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରିବା ପରେ ଝାଡ଼ଖଣ୍ଡ ପକ୍ଷରୁ ରଣଜୀ ଟ୍ରଫି ଖେଳି ନ ଥିଲେ। ଏହା ବଦଳରେ ସେ ଆଇପିଏଲ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ। ଇଶାନଙ୍କ ଏମିତି ଏତାଦୃଶ୍ୟ ଦେଖି ବିସିସିଆଇ ସ୍ପଷ୍ଟ ଶବ୍ଦରେ କହିଥିଲା ଯେ, କେନ୍ଦ୍ରୀୟ ଅନୁବନ୍ଧ ଖେଳାଳି ଦଳରୁ ବାହାରେ ଥିଲେ ଘରୋଇ କ୍ରିକେଟ୍ ଖେଳିବା ଜରୁରୀ। ତଥାପି ଇଶାନ ଓ ଶ୍ରେୟସ ଆୟର ବୋର୍ଡର ଆଦେଶକୁ ଅଣଦେଖା କରିଥିଲେ। ଏହାପରେ ବିସିସିଆଇ ଦୁଇ ଖେଳାଳିଙ୍କୁ କେନ୍ଦ୍ରୀୟ ଅନୁବନ୍ଧରୁ ବାଦ୍ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.