ମୁମ୍ବାଇ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ। ଗତ କିଛି ବର୍ଷ ମଧ୍ୟରେ ବିସିସିଆଇ ବହୁତ ଉନ୍ନତି କରିଥିବା ବେଳେ ପ୍ରବଳ ଆୟ କରିଛି। ବୋର୍ଡର ଉନ୍ନତି ସହିତ ଖେଳାଳିଙ୍କ ରୋଜଗାରରେ ବି ବୃଦ୍ଧି ଘଟିଛି। ବୋର୍ଡ ବାର୍ଷିକ ଚୁକ୍ତିରେ ଖେଳାଳିଙ୍କୁ କୋଟି କୋଟି ଟଙ୍କା ଦିଆଯାଉଛି।
ହେଲେ ପଇସା ଆସିଲେ ଗର୍ବ ଆସିଥାଏ। ଏପରି କହି ଟିମ୍ ଇଣ୍ଡିଆର ଏବର ଖେଳାଳିଙ୍କ ଉପରେ ବର୍ଷିଛନ୍ତି ୧୯୮୩ ବିଶ୍ୱ କପ୍ ବିଜେତା କପିଲ ଦେବ।
କପିଲ ଦେବଙ୍କ କହିବା କଥା ଯେ ଅଧିକ ଟଙ୍କା ହେଲେ ଖେଳାଳିମାନଙ୍କ ମନରେ ଗର୍ବ ଆସିଯାଏ। ଭାରତୀୟ ଦଳ ଶେଷ ଥର ପାଇଁ ୨୦୧୩ରେ ଆଇସିସି ଟ୍ରଫି ଜିତିଥିଲା। ଏହାପର ଠାରୁ ଦଳ ଗୋଟିଏ ବି ଆଇସିସି କପି ଜିତିପାରି ନାହିଁ।

କପିଲ ଦେବ ଏକ ସାକ୍ଷାତକାରରେ କହିଛନ୍ତି ଯେ ମୋ ମତରେ, ବେଳେବେଳେ ଅଧିକ ଟଙ୍କା ହେତୁ ଲୋକମାନେ ଅହଂକାର କରନ୍ତି ଏବଂ ସେମାନେ ଅନୁଭବ କରନ୍ତି ଯେ ସେମାନେ ସବୁକିଛି ଜାଣନ୍ତି। ଏବର ଖେଳାଳିଙ୍କ ବିଷୟରେ ଟିପ୍ପଣୀ କରି କପିଲ କହିଛନ୍ତି ଯେ ଆଜିର ଖେଳାଳିମାନଙ୍କ ବିଷୟରେ ଭଲ କଥା ହେଉଛି ସେମାନେ ଅତ୍ୟନ୍ତ ଆତ୍ମବିଶ୍ୱାସୀ। ହେଲେ ସବୁଠାରୁ ଖରାପ କଥା ହେଲା ସେମାନେ ଭାବନ୍ତି ଯେ ସେମାନେ ସବୁକିଛି ଜାଣଛନ୍ତି। କାହାକୁ କିଛି ପଚାରିବାର ଦରକାର ନାହିଁ।
ପଢ଼ନ୍ତୁ-୨୦୨୪ ଟି-୨୦ କ୍ରିକେଟ୍ ବିଶ୍ବକପ ପ୍ରସ୍ତୁତି; ଟିମ୍ ଇଣ୍ଡିଆ ଖେଳିବ ୧୯ଟି ମ୍ୟାଚ୍
କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିପାରିବେ। କିନ୍ତୁ ଅଧିକ ଟଙ୍କା ହେଲେ ଅହଂକାର ଆସେ। ଏହି କ୍ରିକେଟରମାନେ ଭାବନ୍ତି ଯେ ସେମାନେ ଏହା ଜାଣନ୍ତି। ଏଇଟା ହିଁ ଏମାନଙ୍କ ଭିତରେ ପାର୍ଥକ୍ୟ ବୋଲି କପିଲ ଦେବ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ମୁଁ ଭାବୁଛି ଯେ ଟିମ୍ ଇଣ୍ଡିଆରେ ଥିବା ଅନେକ ଖେଳାଳିଙ୍କୁ ସାହାଯ୍ୟ ଆବଶ୍ୟକତା ରହିଛି। ଏଥିପାଇଁ ସୁନୀଲ ଗାଭାସ୍କରଙ୍କ ଭଳି ଜଣେ ପୁରୁଖା ଓ ଅଭିଜ୍ଞ କ୍ରିକେଟର ଅଛନ୍ତି। ଆପଣମାନେ(ଏବର କ୍ରିକେଟର) ତାଙ୍କ ପାଖକୁ କାହିଁକି ଯାଉ ନାହାନ୍ତି କି ଆଲୋଚନା କରୁ ନାହାନ୍ତି? ଏଥିରେ ଏତେ ଅହଂକାରର କ’ଣ?
ଭାରତର ଲକ୍ଷ୍ୟ ୨୦୨୩ ବିଶ୍ୱକପ
ଅକ୍ଟୋବର ୫ ତାରିଖରେ ଭାରତ ନେତୃତ୍ୱରେ ଆୟୋଜନ ହେବ ବିଶ୍ୱକପ୍ ୨୦୨୩। ଏଥର ବିଶ୍ୱ କପ୍ ଘରୋଇ ମାଟିରେ ଖେଳାଯିବାକୁ ଥିବାରୁ ଦୀର୍ଘ ୧୦ ବର୍ଷ ହେଲା ମରୁଡ଼ି ପଡ଼ିଥିବା ଆଇସିସି ଟାଇଟଲ ଏଥର ହତାଇବାକୁ ଚାହିଁବ ଭାରତ।
ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ଅଧିନାୟକତ୍ୱରେ ଶେଷ ଥର ପାଇଁ ଆଇସିସି ଟ୍ରଫି ଜିତିଥିଲେ। ଏଥି ସହିତ ଦଳ ନିକଟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ହାରିଥିଲା ଭାରତ। ତେଣୁ ଆଗାମୀ ବିଶ୍ୱକପ୍ ଜିତି ଭାରତ ନିଜର ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚେଷ୍ଟା କରିବ।
ପଢ଼ନ୍ତୁ-ଆଇସିସି ଟେଷ୍ଟ ରାଙ୍କିଂ: ବ୍ୟାଟିଂ ଟପ୍-୧୦ରେ ରୋହିତ ଶର୍ମା, ବୋଲିଂ ତାଲିକାର ଟପ୍ରେ ଅଶ୍ୱିନୀ