ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାକା

Published By : Prameya-News7 Bureau | May 09, 2019 IST

ସୁରାଟ ୯।୫ : ପ୍ରଧାନମନ୍ତ୍ରୀଙ୍କ ରକ୍ତ ସମ୍ପର୍କ ସାର୍ବଜନିକ ନ ହେଉ ଏଥିପାଇଁ ନିଜର ପରିଚୟ ଲୁଚାଇଥିଲେ ତାଙ୍କ କାକା କାନ୍ତି ଲାଲ ମୋଦି। ଗୁରୁତର ଅସୁସ୍ଥ କାନ୍ତିଲାଲ ଗତ ବୁଧବାର ସୁରାଟ ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରକ୍ତ ସମ୍ପର୍କିୟ ବୋଲି ପରିଚୟ ଲୁଚାଇଥିଲେ। ସାଧାରଣ ରୋଗୀଙ୍କ ଭଳି ଡାକ୍ତରଖାନାରେ କାନ୍ତିଲାଲଙ୍କ ଆଡମିଟ ହେବା ପରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ତେବେ ଡାକ୍ତରଙ୍କ ପଚରା ଉଚରା ବେଳେ କାନ୍ତି ଲାଲଙ୍କ ସମ୍ପର୍କ ଉପରୁ ପର୍ଦ୍ଦା ହଟିଛି ।

{"id":110404,"width":583,"height":326}

୮୧ ବର୍ଷ ବୟସ୍କ କାନ୍ତି ଲାଲ ସୁରାଟ ରୁଦ୍ର ରେସିଡେଣ୍ଟରେ ପରିବାର ସହ ଅବସ୍ଥାନ କରନ୍ତି। ତେବେ କାନ୍ତିଲାଲ ଓ ତାଙ୍କ ପରିବାର ପ୍ରଧାନମନ୍ତ୍ରୀଙ୍କ ରକ୍ତ ସମ୍ପର୍କିୟ ବୋଲି ତାଙ୍କ ପଡୋସୀ ମଧ୍ୟ ଜାଣନ୍ତି ନାହିଁ । ଏମିତିରେ ପ୍ରଧାନମନ୍ତ୍ରୀଙ୍କ ପରିବାର ଲୋକଙ୍କ ଚାଲିଚଳନ  ଅନ୍ୟ ସାଧାରଣ  ଲୋକଙ୍କ ଭଳି । ପରିବାରର କେହି ସଦସ୍ୟ ଅସୁସ୍ଥ ହେଲେ ସରକାରୀ ହସ୍ପିଟାଲରେ ଚିକିତ୍ସା ସମେତ ଅନ୍ୟ ସାର୍ବଜନିକ ସେବା ସୁବିଧା ଗ୍ରହଣ କରନ୍ତି । ଏଥିରେ କାନ୍ତିଲାଲଙ୍କ ପରିବାରର ଚଳଣି ମଧ୍ୟ ସେହିଭଳି। କାନ୍ତି ଲାଲ ମୁତ୍ରାସୟ ସଂକ୍ରମଣ ଜନିତ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସିଭିଲ ହସ୍ପିଟାଲ ଯାଇଥିଲେ । ସେଠାରେ ସାଧାରଣ ରୋଗୀଙ୍କ ଭଳି ଡାକ୍ତରଙ୍କ ପରାମର୍ଶ ପରେ ହସ୍ପିଟାଲରେ ଆଡମିଟ ହେବା ସହ ଚିକିତ୍ସିତ ହେଉଛନ୍ତି ।

{"id":110405,"width":579,"height":397}

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡଭାଇ ପ୍ରହ୍ଲାଦ ମୋଦିଙ୍କ ପତ୍ନୀ ବିୟୋଗ ହୋଇଥିଲା। ତାଙ୍କ ଅନ୍ତ୍ୟେଷ୍ଟିରେ କାନ୍ତି ଲାଲ ଯୋଗଦେବାକୁ ଯାଇଥିବା ବେଳେ ଅସୁସ୍ଥ ହୋଇପଡିଥିଲେ। ଘରକୁଫେରିବା ପରେ ପରିବାର ଲୋକେ ତାଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.