ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

Published By : Prameya-News7 Bureau | August 20, 2022 IST

ବାରିପଦା ୨୦/୦୮: ସାରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା । ବନ୍ୟା ସାଙ୍ଗକୁ ଲଗାଣ ବର୍ଷା ଚିନ୍ତାକୁ ବଢାଇଦେଇଛି । ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ସ୍ଥିତିରେ ଅଛନ୍ତି । କେଉଁଠି ଘରେ ପଶିଛି ପାଣି ତ ଆଉ କେଉଁଠି ବାସହରା ହୋଇପଡିଛନ୍ତି ଲୋକେ ।

ଏହାରି ଭିତରେ ବାରିପଦାରୁ ନଜର ଆସିଛି ଦୁଃଖଦ ଖବର । ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ଘଟିଛି ଅଘଟଣ । ବିଳମ୍ବିତ ରାତିରେ ଘରର କାନ୍ଥ ଭାଙ୍ଗି ଅନୀଲ କୁମାର ଗିରିଙ୍କ ଦୁଇ ଝିଅଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ନାବାଳିକା ନିହାରିକା ଗିରି ଓ ସୁଇଟି ଗିରି ।

ବାସ୍ତବରେ ଏମାନଙ୍କ ଉପରେ ଭୁଷୁଡ଼ି ପଡିଥିଲା ଘରର କାନ୍ଥ । ଫଳରେ ସେମାନେ ଚାପି ହୋଇପଡିଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପରିବାର ସଦ୍ୟସଙ୍କୁ ଉଦ୍ଧାର କରିଥିଲେ । ଏଥିରେ ନିହାରିକା ଓ ସୁଇଟି ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.