ମାଛ ବଦଳରେ କଣ୍ଟାରେ ଲାଗିଲା କୁମ୍ଭୀର, ସାଇକେଲରେ ବାନ୍ଧି ବୁଲାଇବା ଫଟୋ ଭାଇରାଲ
13/09/2022 at 8:57 AM

ଯାଜପୁର ୧୩/୦୯: ମାଛ ବଦଳରେ ବନିଶୀ କଣ୍ଟାରେ ଲାଗିଲା କୁମ୍ଭୀର । ଆଉ ଏହି କୁମ୍ଭୀରକୁ ସାଇକେଲର ବାନ୍ଧି ବୁଲାଉଥିବା ଫଟୋ ଏବେ ଭାଇରାଲ । ଘଟଣା ଘଟିଛି ଯାଜପୁର ବରୀ ବ୍ଲକ ରମ୍ପା ଗାଁରେ ।

ଆଜି ସକାଳୁ ଏହି ଘଟଣା ଘଟିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଥାଉକି, କିଛି ଗ୍ରାମବାସୀ ମାଛ ଧରିବା ପାଇଁ ପାଖରେ ଥିବା ପଗିଡିଆ ନାଳରେ ବନିଶୀ ପକାଇଥିଲେ । ହେଲେ ମାଛ ବଦଳରେ ବନିଶୀରେ ଲାଗିଥିଲା ଏକ କୁମ୍ଭୀର ।
ଆଉ କୁମ୍ଭୀର ଛୁଆକୁ ଉଧାର କରିଥିଲେ ଲୋକେ । ଏହା ସହ କୁମ୍ଭୀର ଛୁଆକୁ ସାଇକେଲ ବାନ୍ଧି ଗାଁ ରେ ବୁଲୋଉଥିବାର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023