scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିବାଦ ଘେରରେ ଫିଲ୍ମ ‘Kantara’, ଗୀତ ଚୋରି ନେଇକୁ ଆସିଲା ଅଭିଯୋଗ

27/10/2022 at 12:17 PM

ମୁମ୍ଵାଇ ୨୭।୧୦: କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା’ ଲଗାତାର ଭାବରେ ଚର୍ଚ୍ଚାରେ ରହି ଆସିଛି । ଏହା ବକ୍ସ ଅଫିସରେ ଜବରଦସ୍ତ କଲେକସନ୍‌ କରୁଛି । ହେଲେ କିଛି ଜିନିଷକୁ ନେଇ ବିବାଦ ହୋଇଥିଲା । ନିକଟରେ ଫିଲ୍ମରେ ଭୁତ କାଲା ପରମ୍ପରାକୁ ହିନ୍ଦୁ ସଂସ୍କୃତି ସହିତ ଯୋଡିବାକୁ ଆପତ୍ତି କରିଥିଲେ । ବର୍ତ୍ତମାନ ଏହାକୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି। କାନ୍ତାରାର ଦୃଶ୍ୟ ଏବଂ କାହାଣୀ ସମସ୍ତଙ୍କୁ ଆକର୍ଷିତ କରୁଛି ଏବଂ ଏହି ସମୟରେ ଏହାର ନିର୍ମାତାମାନେ ‘ନବରସମ’ ଗୀତକୁ ଚୋରି କରିଥିବାର ଅଭିଯୋଗ ହୋଇଛି।

କେରଳର ଏକ ବ୍ୟାଣ୍ଡ ‘ଥେକୁଡମ୍ ବ୍ରିଜ୍’ କନ୍ନଡ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ସେମାନଙ୍କ ଗୀତ ‘ନବରସମ’କୁ ବିକୃତ କରିଥିବା ଅଭିଯୋଗ କରିଛି। ଏହି ବ୍ୟାଣ୍ଡ ଦାବି କରିଛି ଯେ ଗୀତ ‘ବରାହ ରୂପମ’ ସେମାନଙ୍କ ଗୀତ ‘ନବରସମ’ର କପି। କାହିଁକି ନା କାନ୍ତାର ଗୀତର ‘ ନବରସମ ‘ର ସମୂର୍ଣ୍ଣ ସମାନ। ବ୍ୟାଣ୍ଡର ଏକ ବିବୃତ୍ତିରେ କୁହାଯାଇଛି ଯେ ଆମେ ଆମର ଶ୍ରୋତାମାନଙ୍କୁ ଜଣାଇବାକୁ ଚାହୁଁଛୁ ଯେ ‘ଥେକୁଡମ୍ ବ୍ରିଜ୍’ ବ୍ରିଜ୍ କୌଣସି ପ୍ରକାରେ କାନ୍ତାରା ସହିତ ଜଡିତ ନୁହେଁ।

ଅଡିଓ ଦୃଷ୍ଟିରୁ ଆମର ଆଇପି ‘ନବାରସମ୍’ ଏବଂ ‘ବରାହ ରୂପମ୍’ ମଧ୍ୟରେ କପିରାଇଟ୍ ର ଏକ ସ୍ପଷ୍ଟ ଉଲ୍ଲଂଘନ । ଏହି ବିଷୟରେ ଅଭିଯୋଗ ଆଣିଥିବା ବ୍ୟାଣ୍ଡ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛି । ଉକ୍ତ ବିବୃତ୍ତି ଜାରି କରି କହିଛି ଯେ କାନ୍ତାରା ଫିଲ୍ମ ନିର୍ମାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ବିଚାର କରୁଛନ୍ତି।

   Related Posts