ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଏହି OTTରେ ରିଲିଜ୍‌ ହେଲା ‘କାନ୍ତାରା’, ଏବେ ବି ବକ୍ସଅଫିସ୍‌ରେ ଭାଙ୍ଗୁଛି ରେକର୍ଡ

24/11/2022 at 1:26 PM

ମୁମ୍ଵାଇ ୨୪।୧୧: ଋଷିଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ କାନ୍ତାରା ବକ୍ସ ଅଫିସରେ ଧମାଲ କରୁଛି। କନ୍ନଡ ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ର ଏହାର ଡବଡ୍ ଭର୍ସନ ସହିତ ବିଶ୍ୱବ୍ୟାପୀରେ ବି ବହୁତ ଭଲ ବ୍ୟବସାୟ କଲାଣି।  ‘କାନ୍ତାରା’ର OTT ରିଲିଜ୍ ପାଇଁ ଦର୍ଶକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ବର୍ତ୍ତମାନ ଏହା ନିଶ୍ଚିତ ହୋଇସାରିଛି । ଏହି ଚଳଚ୍ଚିତ୍ର ଡିଜିଟାଲ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି।

ଦେଶ ବିଦେଶରେ ଫିଲ୍ମ କାନ୍ତାରା ଓଟିଟି ରିଲିଜ୍‌କୁ ଖୁବ୍‌ ପସନ୍ଦ କରିଛନ୍ତି।  ଏହା କେବଳ କନ୍ନଡ,ତେଲୁଗୁ, ତାମିଲ୍‌ ଏବଂ ମଲାୟାଲମ୍‌ ଭାଷାରେ ରିଲିଜ୍‌ ହୋଇଛି। ହେଲେ ହିନ୍ଦୀ ଭର୍ସନକୁ ନେଇ ଅପେକ୍ଷା କରିବାକୁ ପଡିବ। ତାହା କେବେ ଆସିବ ଜଣା ନାହିଁ। ନଭେମ୍ବର ୨୪ରେ, ଫିଲ୍ମ କେବଳ ଭାରତରେ ନୁହେଁ, ୨୪୦ ବିଭିନ୍ନ ଦେଶରେ ଆମାଜନ ପ୍ରାଇମ ଭିଡିଓରେ ପ୍ରିମିୟର ହୋଇଛି। ହମ୍ବଲ୍ ଫିଲ୍ମର ବ୍ୟାନରରେ ନିର୍ମିତ ଏହି ଆଡଭେଞ୍ଚର ଫିଲ୍ମ ଋଷଭ ଶେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ।

ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା କାନ୍ତାରା ଏବେ ମଧ୍ୟ ଥିଏଟର ଗୁଡ଼ିକରେ ଚାଲିଛି । ପ୍ରାୟ ଆଠ ସପ୍ତାହ ରିଲିଜ୍ ହେବା ପରେ ଫିଲ୍ମ ସାରା ବିଶ୍ୱରେ ୪୦୨ କୋଟି ରୋଜଗାର କରିବାରେ ସକ୍ଷମ ହୋଇଛି। ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ୩୦୦ କୋଟି ମାର୍କ ଅତିକ୍ରମ କରିଥିବା ବେଳେ କନ୍ନଡ ଭାଷାରେ ୧୬୦.୨୯ କୋଟି ବ୍ୟବସାୟ କରିଥିଲା ​​ଏବଂ ହିନ୍ଦୀ ବେଲ୍ଟରେ ଏହି ଚଳଚ୍ଚିତ୍ରଟି ମୋଟ ୮୧.୯୯ କୋଟି ରୋଜଗାର କରିଛି ​​।

   Related Posts