ଋଷଭ ସେଟ୍ଟୀଙ୍କ କାନ୍ତାରା ରଚିଲା ଇତିହାସ, ଆୟ କଲା ୪୦୦ କୋଟି

Published By : Prameya-News7 Bureau | November 22, 2022 IST

ନୂଆଦିଲ୍ଲୀ: ସାଉଥ ସିନେମାର ସୁପରଷ୍ଟାର ଋଷଭ ସେଟ୍ଟୀଙ୍କ ଫିଲ୍ମ କାନ୍ତାରା ସିନେମା ହଲରେ ଭଲ ପ୍ରଦର୍ଶନ କରି ଚାଲିଛି । ରିଲିଜର ପ୍ରାୟ ୪୦ ଦିନ ପରେ ବି କାନ୍ତାରା ଦର୍ଶକଙ୍କୁ ସିନେମା ଘରକୁ ଟାଣି ଆଣିବାରେ ସଫଳ ହେଉଛି । ଏହି କାରଣରୁ ଫିଲ୍ମର କଲେକ୍ସନ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ଭିତରେ କାନ୍ତାରା ସାରା ଦୁନିଆରେ ୪୦୦ କୋଟି ଟଙ୍କାର ବ୍ୟବସାୟ କରି ଇତିହାସ ରଚିଛି ।

ସିନେ ସମୀକ୍ଷକ ତଥା ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ସୋସିଆଲ ମିଡିଆରେ କାନ୍ତାରା ୱାର୍ଲଡ ୱାଇଡ୍ କଲେକ୍ସନର ଡାଟା ସେୟାର କରିଛନ୍ତି । ତରଣ ଆଦର୍ଶଙ୍କ ଅନୁସାରେ, କାନ୍ତାରା ସାରା ବିଶ୍ୱରେ ୪୦୦ କୋଟି ଟଙ୍କା ଆୟ କରି ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛି ।

କର୍ଣ୍ଣାଟକ-୧୬୮.୫୦ କୋଟି

ଅନ୍ଧ୍ର ପ୍ରଦେଶ-ତେଲେଙ୍ଗାନା-୬୦ କୋଟି

ତାମିଲନାଡୁ-୧୨.୭୦ କୋଟି

କେରଳ-୧୯.୨୦ କୋଟି

ଉତ୍ତର ଭାରତ-୯୬ କୋଟି

ବିଦେଶରେ-୪୪.୫୦ କୋଟି

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.