Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଅଚିହ୍ନା ଶବକୁ ସମ୍ମାନ ଦେଲା କଣ୍ଟାବାଞ୍ଜି ପୋଲିସ, କରାଇଲେ ଅନ୍ତିମ ସଂସ୍କାର, ଦେଲେ ସୁନ୍ଦର ବାର୍ତ୍ତା

19/12/2021 at 8:44 PM

କଣ୍ଟାବାଞ୍ଜି ୧୯।୧୨: ଯାହାର କେହିଁ ନାହିଁ ତା ପାଇଁ ଅଛି ପୋଲିସ । ଏଭଲି ଏକ  ସୁନ୍ଦର ବାର୍ତ୍ତା ଦେଇ  ଆଗକୁ ବଢୁଛି କଂଟାବାଞ୍ଜି ପୋଲିସ । ଏକ ଅଜଣା ଅଚିହ୍ନା ବୃଦ୍ଧାଙ୍କ ଶବକୁ ଉଚିତ ସମ୍ମାନ ଦେଇ ଶବ ସତ୍କାର କରିଛି । ପୋଲିସର ଏଭଳି ପ୍ରୟାସକୁ କଂଟାବାଞ୍ଜି ସହରବାସୀ ଭୁରି ଭୁରି ପ୍ରସଂଶା କରୁଛନ୍ତି ।

ଗତ ଦୁଇ ଦିନ ତଲେ କଂଟାବାଞ୍ଜି ଡାକ୍ତରଖାନାରେ କୌଣସି ଲୋକ ଏକ ଅଚିହ୍ନା ବୃଦ୍ଧାଙ୍କୁ ଚିକିତ୍ସା  ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧଙ୍କ  ମୃତ୍ୟୁ ହୋଇଥିଲା । ତେବେ କଣ୍ଟାବାଞ୍ଜି ପୋଲିସ ବୃଦ୍ଧ ଜଣକର ପରିଚୟ ଖୋଜିଥିଲା । ହେଲେ ପରିଚୟ ମିଳି ପାରିଲା ନାହିଁ । ଶେଷରେ ବୃଦ୍ଧଙ୍କ ଶବ ସତ୍କାର କଲା କଂଟାବାଞ୍ଜି ପୋଲିସ । ଆଜି ସକାକୁ ସକାଳୁ ଡାକ୍ତରଖାନାରେ ପରିସରରେ ଏକ କୋକେଇ ସଜଡା ଯାଇଥିଲା ।

କଂଟାବାଞ୍ଜି ଉପଖଣ୍ଡ ପୋଲିସ ଅଧିକାରୀ ହୃଶିକେଷ ମେହେରଙ୍କ ତତ୍ୱବଧାବରେ ଥାନା ଅଧିକାରୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ଶବକୁ କାନ୍ଧେଇ ସହର ମୁଖ୍ୟ ରାସ୍ତା ଦେଇ କଂଟାବାଞ୍ଜି ଶ୍ମଶାନ ଘାଟକୁ ନେଇଯାଇଥିଲେ । ଏଭଳି ଦୃଶ୍ୟ ଦେଖି  ସତେ ଯେମିତି ପୋଲିସର ନିଜର କେହି ମୃତ୍ୟୁ ବରଣ କରିଥିବା ଲୋକେ ଚର୍ଚ୍ଚା କରୁଥିଲେ। ହେଲେ ପ୍ରକୃତରେ ଏହା କୌଣସି ବଡ ବଡିଆ ଅଧିକାରୀ କିମ୍ବା କୌଣସି ନେତା ମନ୍ତ୍ରୀଙ୍କ ନୁହେଁ ବରଂ ଅଜଣା ବୃଦ୍ଧଙ୍କ ଶବ ବୋଲି ଲୋକେ ଜାଣିଥିଲେ ।

ସବୁ ସମୟରେ କୌଣସି ନାଁ କୌଣସି କଥାକୁ ନେଇ ଲୋକଙ୍କ ମନରେ ପୋଲିସ ପ୍ରତି ଭୟ ରହିଥାଏ। ହେଲେ ପୋଲିସ ବାବୁଙ୍କର ମଧ୍ୟ ଏଭକି ହୃଦୟ ଅଛି ଆଜିର ଏହି ଦୃଶ୍ୟ ବୟାନ କରୁଛି । କିଭଳି ଜଣେ ଅଜଣା ବୃଦ୍ଧଙ୍କ ଶବ ସତ୍କାର କରିବା ସମୟରେ ପୋଲିସ କର୍ମଚାରୀ ଥିଲେ ତାହା ନୁହେଁ କଂଟାବାଞ୍ଜିର ଏକାଧିକ ସମାଜସେବୀ ଏଭଳି ମହାନ କାମରେ ସାମିଲ ହୋଇ ପୋଲିସର ଏଭଲି ପଦକ୍ଷେପକୁ ସ୍ୱାଗତ କରିଥିଲେ ।

ଅତିରିକ୍ତ ତହସିଲଦାର ମାଜିଷ୍ଟେଟ ଦାୟିତ୍ୱରେ ଉପସ୍ଥିତ ରହିଥିଲେ । ଯେ କୌଣସି ଶବର ମାନ ସମ୍ମାନର ଅଛି। ଯାହାର କେହିଁ ନାହିଁ ତାହାର ପୋଲିସ ଅଛି । ଏଭଲି ଭଲ ଉଦ୍ଦେଶ୍ୟକୁ ନେଇ ଆଜି ଆମ ପୋଲିସ ଶବ ସତ୍କାର କାମ ନିଜ ହାତକୁ ନେଇଥିବା ଉପଖଣ୍ଡ ପୋଲିସ ଅଧିକାରୀ କହିଛନ୍ତି ।   ପୋଲିସର ଏଭଲି ପ୍ରୟାସକୁ କଂଟାବାଞ୍ଜି ଜନ ସାଧାରଣ ପ୍ରଶଂସା କରିଥିବା ବେଳେ ପୋଲିସ ଏଭଳି କାର୍ଯ୍ୟକୁ ନେଇ ପୋଲିସ ଏବଂ ଜନସାଧାରନଙ୍କ ମଧ୍ୟରେ ସୁସମ୍ପର୍କ  ସ୍ଥାପନ ହେବ ଏହାର କୋଣସି ସନ୍ଦେହ ନାହିଁ ।

   Related Posts