କୃଷିବୀମାକୁ ନେଇ ବଢୁଛି ଅସନ୍ତୋଷ, ରାଜ୍ୟ ସରକାର ହାତକୁ ନେବାକୁ ଦାବି କଲେ କଣ୍ଟାବାଞ୍ଜି ବିଧାୟକ
17/08/2022 at 4:45 PM

ବଲାଙ୍ଗୀର, ୧୭/୦୮: ବର୍ଷା ହଉକି କୌଣସି ଅନ୍ୟ ଅସୁବିଧା ପାଇଁ ହେଉ ଚାଷୀ ହିଁ ହଇରାଣ ହେଉଛି l କେନ୍ଦ୍ର ସରକାରଙ୍କ ଫସଲ ବୀମା ଏବେ ବଲାଙ୍ଗୀର ଜିଲ୍ଲାରେ ଫେଲ ମାରିଥିବା ଅଭିଯୋଗ କରିଛନ୍ତି ଚାଷୀ ଓ ଏହାକୁ ନେଇ ଆଜି କଣ୍ଟାବାଞ୍ଜି ବିଧାୟକ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି l କୃଷି ବୀମା କମ୍ପାନୀ ଓ ଜିଲ୍ଲା କୃଷି ବିଭାଗର କିଛି ଭୁଲ ତଥ୍ୟ ପାଇଁ ଆଜି ଚାଷୀ ବୀମାଟଙ୍କା ପାଇବାରୁ ବଂଚିତ ବୋଲି କହିବା ସହ ଏହାକୁ ନେଇ ତୁରନ୍ତ ସମାଧାନ କରିବାକୁ ଦାବିକରିଛନ୍ତି l
ତେବେ କେନ୍ଦ୍ର ସରକାରଙ୍କ ବୀମା ବ୍ୟବସ୍ଥାକୁ ନେଇ ଭିନ୍ନ ମତ ଦେଇଛନ୍ତି ବିଧାୟକ l କେନ୍ଦ୍ର ବଦଳରେ ରାଜ୍ୟ ସରକାର ତାଙ୍କ ଅଧିନକୁ ବୀମା ବ୍ୟବସ୍ଥା ହାତକୁ ନେଇ ଚାଷୀଙ୍କ ବୀମା କରନ୍ତୁ ବୋଲି ସେ କହିଛନ୍ତି । ବିଜୁସ୍ୱାସ୍ଥ୍ୟ ଯୋଜନା ଯେଉଁଭଳି ଭାବରେ କାର୍ଯ୍ୟକାରୀ ହେଉଛି ସେହିଭଳି ନିଜେ ବୀମା ବ୍ୟବସ୍ଥା ନେଲେ ତାହା ମଧ୍ୟ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି l ତାସହ ଯେଉଁଭଳି ଭାବରେ ବୀମାକମ୍ପାନୀ ଚାଷୀଙ୍କୁ ଠକୁଛନ୍ତି ତାହା ହେବ ନାହିଁ ବୋଲି କହିଛନ୍ତି ବିଧାୟକ l ଯାହା କି ରାଜ୍ୟସରକାରଙ୍କ ସଫଳ ଯୋଜନାକୁ ନେଇ ଚାଷୀଙ୍କ ବୀମା ନିଜେ କରି ଆଉ ଏକ ସଫଳ ଅଧ୍ୟାୟକୁ ସରକାର ଆରମ୍ଭ କରନ୍ତୁ ବୋଲି ତେରେଚ୍ଛା ବାଣ ମାରି ସସରକାରଙ୍କୁ ପ୍ରଶାଂସା କରିଥିବା ଜଣାପଡିଛି l