ସୋସିଆଲ ମିଡିଆରେ ଭାଇରାଲ ହେଲା କଣ୍ଟାବାଞ୍ଜି ବିଧାୟକ ମହମ୍ମଦ ଆୟୁବ ଖାନ୍ଙ୍କ ଦବଙ୍ଗଗିରି
9/10/2018 at 10:14 AM

ବଲାଙ୍ଗିର ୯|୧୦: ସୋସିଆଲ ମିଡିଆରେ ଭାଇରାଲ ହେଲା ବିଧାୟକଙ୍କ ଦବଙ୍ଗଗିରି । ରାସନ କାର୍ଡ ନେବାକୁ ଆସିଥିବା ହିତାଧିକାରୀଙ୍କୁ ଧମକ ଦେବା ସହ ଘଉଡାଇଲେ କଣ୍ଟାବାଞ୍ଜି ବିଧାୟକ ମହମ୍ମଦ ଆୟୁବ ଖାନ୍। ବିଧାୟକ ଜଣେ ୭୦ ବର୍ଷୀୟ ମହିଳାଙ୍କ ଉପରେ ଦେଖାଇଛନ୍ତି ଏହି ଦବଙ୍ଗଗିରି । କିଛି ନୂଆ କଥା କହି ସୋସିଆଲ ମିଡିଆରେ ଭିଡିଓ ଜରିଆରେ ଭାଇରାଲ ହୋଇ ଚର୍ଚ୍ଚାକୁ ଆସିଛନ୍ତି ବିଧାୟକ ଆୟୁବ ଖାନ୍ । ରାସନ କାର୍ଡ ନେବାକୁ ଆସିଥିବା ବୃଦ୍ଧାଙ୍କୁ ଧମକ ପୂର୍ଣ୍ଣ ମନ୍ତବ୍ୟ ଦେବା ସହ ସଭାରୁ ଘଉଡାଇଛନ୍ତି ବିଧାୟକ । ଖାଲି ସେତିକି ନୁହେଁ ସରକାରୀ କାର୍ଯ୍ୟକ୍ରମରେ ଦେଖାଇଛନ୍ତି ରାଜନୈତିକ ଆକ୍ରୋଶ।
Related Posts
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023