suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗାଁ ଜଙ୍ଗଲରୁ ମିଳିଲା ନରକଙ୍କାଳ, ପୋଲିସର ତଦନ୍ତ ଆରମ୍ଭ

1/04/2023 at 11:01 AM

କଣ୍ଟାବାଞ୍ଜି ୦୧।୦୪ :  ଗାଁ ଜଙ୍ଗଲରୁ ନରକଙ୍କାଳ ଠାବ । ବଲାଙ୍ଗୀର ଜିଲ୍ଲା ତୁରେଇକେଲା ଥାନା ମହାନୀଲହ ଗାଁ ପାଖ ଜଙ୍ଗଲରୁ ମିଳିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବେଳବାଞ୍ଜି ଜଙ୍ଗଲରେ ଏକ ନରକଙ୍କାଳ ପଡିଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ନରକଙ୍କାଳଟି ଜଣେ ମହିଳାଙ୍କର ହୋଇଥିବା ସନ୍ଦେହ କରାଯାଉଛି । ଗତ କିଛି ଦିନ ରାମୁଡ ଛକରେ ଜଣେ ମାନସିକ ବିକୃତି ମହିଳା ନିଖୋଜ ଅଛନ୍ତି । ତେବେ ମିଳିଥିବା ମୃତଦେହଟି ଜଣେ ମହିଳାଙ୍କର ବୋଲି ସନ୍ଦେହ କରାଯାଉଛି । କଣ୍ଟାବାଞ୍ଜି ପୋଲିସ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

   Related Posts