ଶ୍ରୀକ୍ଷେତ୍ରରେ କଂସ ମହାରାଜ: ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ସହ ଶ୍ରୀଜୀଉଙ୍କୁ କ୍ଷମାପ୍ରାର୍ଥନା

Published By : Prameya-News7 Bureau | January 07, 2023 IST

ପୁରୀ ୦୭/୦୧: ଶେଷ ହୋଇଛି ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଆଉ ମୁକ୍ତାକାଶ ରଙ୍ଗମଞ୍ଚରେ ପଡିଛି ଜବନିକା । ତେବେ ଧନୁଯାତ୍ରାରେ କଂସ କରିଥିବା ପାପର ପ୍ରାୟଶ୍ଚିତ କରିଥବାର ସମୟ ଆସିଛି । ଏଥିପାଇଁ ପୁରୀରେ ପହଞ୍ଚିଛନ୍ତି କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ।

wp:html /wp:html

ପୁରୀରେ ପହଞ୍ଚିବା ପରେ ସେ ପ୍ରଥମେ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ । ଭେଟିବା ସହ ଶଙ୍କରାଚାର୍ଯ୍ୟଙ୍କ ଆଶିର୍ବାଦ ଭିକ୍ଷା ବି କରିଥିଲେ । ପୀଠରେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ଭେଟି ଆଶିଷ ଭିକ୍ଷା କରିଥିଲେ ଓ ନିଜେ କରିଥିବା ପାପରୁ ମୁକ୍ତି ଭିକ୍ଷା କରିଥିଲେ ।

ଗୁରୁଜୀଙ୍କ ନିକଟରୁ ଆଶିଷ ଗ୍ରହଣ କରି ସେ ସିଧାସଳଖ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନିଜ ଭକ୍ତି ରୂପକ ଐର୍ଘ୍ୟକୁ ଅର୍ପଣ କରିବା ସହ ଦୀର୍ଘ ୧୧ଦିନ ଧରି ବରଗଡ଼ ଧନୁ ଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସମୟରେ ସେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ପ୍ରତି ଉଚ୍ଚାରଣ କରିଥିବା କଟୁ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.