କାନପୁର ହିଂସା ଘଟଣାରେ ମୁଖ୍ୟ ଅଭିିଯୁକ୍ତ ଅଟକ; ବିଜେପି କହିଲା ଯୋଜନାବଦ୍ଧ ଷଡ଼ଯନ୍ତ୍ର

Published By : Prameya-News7 Bureau | June 04, 2022 IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁର ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୁଲିସ୍। ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ସ୍ଥାନୀୟ ନେତା ହୟାତ ଜାଫର ହାଶ୍ମୀଙ୍କୁ ପୁଲିସ ଅଟକ ରଖିଛି। ଶୁକ୍ରବାର ପରେଡ ଚୌକ ଠାରେ ହୋଇଥିବା ହିଂସାରେ ହାଶ୍ମି ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା। ହିଂସା ଘଟାଇବା ଅଭିଯୋଗରେ ଯେଉଁ ୪୦ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ହୋଇଛି ସେମାନଙ୍କ ମଧ୍ୟରୁ ହାଶ୍ମୀଙ୍କ ନାଁ ଏଫ୍‌ଆଇଆର୍‌ରେ ରହିଛି।

ଏନେଇ ସୂଚନା ଦେଇ ପୁଲିସ କହିଛି ଯେ ମୌଲାନା ମହମ୍ମଦ ଜୌହାର ଅଲୀ ଫ୍ୟାନ୍ସ ଆସୋସିଏସନ୍‌ର ଜାତ୍ୟୟ ଅଧ୍ୟକ୍ଷ ହୟାତ ଜାଫର ହାଶ୍ମୀ ବଜାର ବନ୍ଦ ଡାକରା ଦେଇଥିଲେ। ଟିଭି ନ୍ୟୁଜ୍ ଡିବେଟ୍‌ରେ ବିଜେପି ପ୍ରବକ୍ତା ନୁପୁର ଶର୍ମୀଙ୍କର ପ୍ରଫେଟ ମହମ୍ମଦଙ୍କ ବିଷୟରେ ବିବାଦୀୟ ବୟାନର ବିରୋଧରେ ଏହି ଡକାର ଦେଇଥିଲେ। ହାଶ୍ମୀ ଉସ୍‌କାଇବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିଲା।

ଫଳରେ ଏଥିରେ ପୁଲିସ କର୍ମୀଙ୍କ ସହ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏହି ମାମଲାରେ ତାଙ୍କୁ ପଚରାଉଚରା ପାଇଁ କଷ୍ଟୁଡ଼ିରେ ନିଆଯାଇଛି ବୋଲି ପୁଲିସ ସୂଚନା ଦେଇଛି।

ଅତୀତରେ ହାଶ୍ମୀଙ୍କ ନାଁରେ ହିଂସା ଉସ୍‌କାଇଲା ଭଳି ମାମଲା ରହିଛି। ହାଶ୍ମୀ ପୂର୍ବରୁ ସିଟିଜେନ ଆମେଣ୍ଡମେଣ୍ଟ ଆକ୍ଟ ଓ ନ୍ୟାସ୍‌ନାଲ ରେଜିଷ୍ଟର ଅଫ୍ ସିଟିଜେନକୁ ବିରୋଧ ପୂର୍ବକ ହୋଇଥିବା ହିଂସାରେ ହାଶ୍ମୀ ସାମିଲ୍ ଥିଲା। ତେବେ ଗତକାଲିର ହିଂସାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଟାନ ନିଆଯିବ। ଗ୍ୟାଙ୍ଗଷ୍ଟର ଆକ୍ଟ ଅଧିନରେ ସେମାନଙ୍କର ସମ୍ପତ୍ତି ସିଜ୍ କରି ନଷ୍ଟ କରିଦିଆଯିବ ବୋଲି ଲକ୍ଷ୍ନୌ ଅତିରିକ୍ତ ଡିଜି(ଲ ଆଣ୍ଡ ଅର୍ଡର) କହିଛନ୍ତି।

ସୂଚନା ଥାଉକି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାଷ୍ଟ୍ରପିତ ରାମନାଥ କୋବିନ୍ଦ କାନପୁର ଗସ୍ତରେ ଥିବା ବେଳେ ଏହି ହିଂସା ହୋଇଥିଲା। ଏଥିରେ ବର୍ତ୍ତମାନ ସୁଧା ୩୫ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏଫ୍‌ଆଇଆର୍‌ରେ ଥିବା ଦୋଷୀଙ୍କ ମଧ୍ୟରେ

ଇହିତ୍‌ଶାମ କବାଡ଼ି, ଜୀସହାନ, ଆକିବ୍, ନିଜାମ, ଅଜିଜୁର, ଅମୀର ଜାଭେଦ, ଇମ୍ରାନ କାଲେ, ୟୁସୁଫ ମନସୁରୀର ନାଁ ରହିଛି।  ଦଙ୍ଗା ଓ ହିଂସା ଘଟଣାରେ ୩ଟି ଏଫ୍ଆଇଆର୍ ରୁଜୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଅଜଣା ଲୋକଙ୍କ ବିରୋଧରେ ମାମଲା ହୋଇଛି। ସିସିଟିଭି ଚେକ୍ କରି ଅନ୍ୟ ଅପରାଧୀମାନଙ୍କୁ ଧରିବାକୁ ଉଦ୍ୟମ ଜାରିି ରଖିଛି ପୁଲିସ।

ଯୋଜନାବଦ୍ଧ ଷଡ଼ଯନ୍ତ୍ର କହିଲା ବିଜେପି

ଅନ୍ୟପଟେ ହିଂସା ପୂର୍ବଯୋଜନା ବଦ୍ଧ ଷଡ଼ଯନ୍ତ୍ର ବୋଲି କହିଛି ରାଜ୍ୟ ବିଜେପି। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମୋ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଗସ୍ତବେଳେ ଏହା ଏକ ଷଡ଼ଯନ୍ତ୍ର ବୋଲି ରାଜ୍ୟ ଏମ୍‌ଏଲ୍‌ସି ଏବଂ ବିଜେପି ନେତା ମୋଶିନ ରାଜା କହିଛନ୍ତି।

ନୁପୁରଙ୍କ ମନ୍ତବ୍ୟକୁ ବିରୋଧରେ କରି ସେମାନେ ଜୁନ ୫ ତାରିଖରେ ଶୋଭାଯାତ୍ରା କରିବାକୁ ଡକାରା ଦେଇଥିଲେ। ହେଲେ ଜୁନ ୩ ତାରିଖରେ ମୋଦୀ,ଯୋଗୀ ଓ ରାଷ୍ଟ୍ରପତିଙ୍କ ଗସ୍ତବେଳେ ଏଭଳି ଘଟିଲା। ଏହି ଘଟଣାରେ ଯିଏ ବି ସମ୍ପୃକ୍ତ ଥିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ସହ PGI ଓ SIMI ସହ ସମ୍ପର୍କ ରହିଛି। ଏହାର ତଦନ୍ତ ହେବା ଦରକାର ବୋଲି ସେ ଦାବି କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.