କାନପୁର ହିଂସାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୪୦ ଅଭିଯୁକ୍ତଙ୍କ ପୋଷ୍ଟର ଜାରି

Published By : Prameya-News7 Bureau | June 06, 2022 IST

ଲକ୍ଷ୍ନୌ: କାନପୁର ହିଂସା ଅଭିଯୁକ୍ତଙ୍କୁ ଧରିବା ପାଇଁ ଆକ୍ସନରେ ଉତ୍ତର ପ୍ରଦେଶ ପୋଲିସ। ସୋମବାର ହିଂସାରେ ସାମିଲ ୪୦ ଜଣ ଅଭିଯୁକ୍ତଙ୍କ ପୋଷ୍ଟର ଜାରି କରିଛି କାନପୁର ପୋଲିସ । ଘଟଣା ସମୟର ସିସିଟିଭି ଏବଂ ଭିଡିଓ ଫୁଟେଜକୁ ଆଧାର କରି ସନ୍ଦିଗ୍ଧମାନଙ୍କ ଫଟୋ ଜାରି କରାଯାଇଛି । ଏହାସହ ଅଭିଯୁକ୍ତଙ୍କୁ ଖୋଜିବାରେ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଅପିଲ କରାଯାଇଛି । ଅଭିଯୁକ୍ତଙ୍କ ବାବଦରେ ସୂଚନା ପ୍ରଦାନ କରିଥିବା ଲୋକଙ୍କ ନାଁ ଗୁପ୍ତ ରଖାଯିବ ବୋଲି ପୋଲିସ ଘୋଷଣା କରିଛି।

ଉଲ୍ଲେଖଯୋଗ୍ୟ ଯେ, ଏହା ତୃତୀୟ ଘଟଣା ଯେତେବେଳେ ହିଂସାରେ ସାମିଲ ଅଭିଯୁକ୍ତଙ୍କ ଫଟୋକୁ ସର୍ବାଜାନୀନ ସ୍ଥାନରେ ହୋଡିଂ ମାଧ୍ୟମରେ ଲଗାଯିବ। ୨୦୧୫ରେ ପ୍ରଥମ ଥର ପାଇଁ ଏହିପରି ହୋଡିଂ ସିସାମାଓରେ ଲଗାଯାଇଥିଲା। ଏହାପରେ ୨୦୧୯ ଡିସେମ୍ୱର ମାସରେ ସିଏଏ ବିରୋଧୀ ହିଂସା ସମୟରେ ଅଭିଯୁକ୍ତଙ୍କ ପୋଷ୍ଟର ସାର୍ବଜାନୀନ ସ୍ଥାନରେ ମରାଯାଇଥିଲା । ପରେ ୨୦୨୦ ମାର୍ଚ୍ଚ ମାସରେ ଅହ୍ଲାବାଦ ହାଇକୋର୍ଟ ସମସ୍ତ ପୋଷ୍ଟର ହଟାଇବା ପାଇଁ ଜିଲ୍ଲା ଅଧିକାରୀ ଏବଂ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ସମ୍ୱିଧାନର ଧାରା ୨୧ର ଉଲ୍ଲଂଘନ କରୁଥିବା କୋର୍ଟ କରିଥିଲେ।

ଜୁନ ୩ରେ କାନପୁରରେ ହୋଇଥିବା ହିଂସା ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୮ ଜଣଙ୍କୁ ଗିରଫ କରାଯାଇଛି । ଯେଉଁ ପେଟ୍ରୋଲ ପମ୍ପରୁ ଖୋଲାରେ ପେଟ୍ରୋଲରେ କିଣି ଅଣାଯାଇଥିଲା ତାହା ଉପରେ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ଏଫଆଇଆରରେ ଏସପି ନେତା ନିଜାମ କୁରେଶୀଙ୍କ ନାଁ ମଧ୍ୟ ରହିଛି । ନିଜାମ କୁରେଶୀ ଜୋହର ଫ୍ୟାନ୍ସ ଆସୋସିଏସନର ପଦାଧିକାରୀ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.