ଶରୀରରୁ ଚର୍ବି ଘଟାଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ବେଳେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

Published By : Prameya-News7 Bureau | May 17, 2022 IST

ବେଙ୍ଗାଲୁରୁ ୧୭/୦୫: ସୁନ୍ଦର ଚେହେରା କାହାକା ବା ନ ପସନ୍ଦ । ବିଶେଷକରି ଅଭିନେତ୍ରୀମାନେ ନିଜର ସ୍ଲିମ ଟ୍ରିମ୍ ଶରୀର ଲାଗି ସବୁକିଛି କରିଥାନ୍ତି । ଦରକାର ପଡିଲେ ପ୍ଲାଷ୍ଟିକ ସର୍ଜରୀ କରିବାକୁ ପଛାଇନଥାନ୍ତି । କେହି କେହି ଶରୀରର ଅଙ୍ଗପ୍ରତ୍ୟଙ୍ଗ ସର୍ଜରୀ କରିଥାନ୍ତି । ଆଉ କେହି ପତଳା ଦେଖାଯିବା ପାଇଁ ଶରରୀରୁ ଚର୍ବି ହ୍ରାସ କରିଥାନ୍ତି ।

ତେବେ ଏହି ସର୍ଜରୀ ଏବେ ଜଣେ କନ୍ନଡ ଅଭିନେତ୍ରୀଙ୍କ ପାଇଁ କାଳ ପାଲଟିଛି । ଅର୍ଥାତ୍ ପ୍ଲଷ୍ଟିକ ସର୍ଜରୀ କରିବା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଯେଉଁଥିପାଇଁ କନ୍ନଡ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ମୃତ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଚେତନା ରାଜ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୧ ବର୍ଷ ବୟସ ହୋଇଥିଲା ।

ରିପୋର୍ଟରୁ ଜଣାପଡିଛି ଯେ, ନିଜ ଶରୀରରୁ ଚର୍ବି କମାଇବା ପାଇଁ ସେ ପ୍ଲାଷ୍ଟିକ ସର୍ଜରୀ କରୁଥିଲେ । ତେବେ ସର୍ଜରୀରେ କିଛି ତ୍ରୁଟି ହେତୁ ଫୁସଫୁସରେ ସମସ୍ୟା ହୋଇଛି । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଯାହା ଜଣାପଡିଛି ଚେତନା ନିଜ ସର୍ଜରୀ ବିଷୟରେ କାହାକୁ କିଛି କହିନଥିଲେ । ଏମିତିକି ତାଙ୍କ ପିତା ମାତା ମଧ୍ୟ ଏ ବିଷୟରେ ଅଜ୍ଞ ଥିଲେ ।

ସେ ନିଜେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ସର୍ଜରୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଏକୁଟିଆ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ଏବେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପରିବାର ଲୋକ ଏ ବିଷୟରେ ଜାଣିବା ପରେ ଡାକ୍ତରଙ୍କ ଅବହେଳାକୁ ୟାଦୀ କରିଛନ୍ତି । ବାପା ମାଆଙ୍କ ଅଭିଯୋଗ ଅନୁଯାୟୀ ଚିକିତ୍ସାରେ ଅବହେଳା ହେତୁ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.