oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ

13/08/2022 at 9:31 AM

ନୂଆଦିଲ୍ଲୀ ୧୩/୦୮: ଜାତୀୟ ପୁରସ୍କାର ବିଜେତା ପ୍ରଖ୍ୟାତ କନ୍ନଡ ଗାୟକ ଶିବମୋଗା ସୁବାନାଙ୍କର ପରଲୋକ । ହୃଦଘାତରେ ଶିକାର ହୋଇ ଗୁରୁବାର ରାତିରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କୁ 83 ବର୍ଷ ବୟସ ହୋଇଥିଲା । ଗାୟକଙ୍କ ପରିବାରର ନିକଟରୁ ଏହି ସୂଚନା ମିଳିଛି । ସୂଚନା ଅନୁଯାୟୀ, କଣ୍ଠଶିଳ୍ପୀ ଶିବମୋଗା ସୁବାନା ସହରର ଜୟଦେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ଦେହାନ୍ତ ହୋଇଛି ।

ତାଙ୍କ ପରିବାରରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ୧୯୮୭ ମସିହାରେ ପ୍ଲେବ୍ୟାକ୍ ସଂଗ ପାଇଁ ଜାତୀୟ ପୁରସ୍କାର ପାଇଥିବା ଶିବମୋଗା ସୁବାନା ପ୍ରଥମ କନ୍ନଡୀୟ ଗାୟକ ଥିଲେ । ସେ ‘କାଦୁ କୁଡୁରେ’ ଚଳଚ୍ଚିତ୍ରରେ ‘କାଦୁ କୁଡୁର ଓଡି ବାନ୍ଧବୀ’ ଗୀତ ପାଇଁ ଏହି ସମ୍ମାନ ପାଇଥିଲେ । କନ୍ନଡ ସଂଗୀତ କ୍ଷେତ୍ରରେ ସୁଗାମାଙ୍କର ରହିଛି ଅବଦାନ । ସଙ୍ଗୀତ କ୍ଷେତ୍ରରେ ଯୋଗଦେବା ପୂର୍ବରୁ ସେ ଓକିଲ ଭାବରେ କାର୍ଯ୍ୟ କରିଥିଲେ ।

ଏଥି ସହିତ ସେ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ ଗାୟକ ମଧ୍ୟ ରହିଛନ୍ତି । ୧୪ ଡିସେମ୍ବର ୧୯୮୩ରେ ଜନ୍ମ ହୋଇଥିବା ସୁବାନାଙ୍କୁ ମଧ୍ୟ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେ ୧୯୭୮ ରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ । ଏହା ପରେ ୨୦୦୬ରେ ତାଙ୍କୁ କନ୍ନଡ କାମ୍ପୁ ପୁରସ୍କାର, ୨୦୦୮ରେ କୁଭେମ୍ପୁ ବିଶ୍ୱବିଦ୍ୟାଳୟର ସମ୍ମାନଜନକ ଡକ୍ଟରେଟ୍ ଏବଂ ୨୦୦୯ରେ ସୁନ୍ଦର ଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

   Related Posts