ହୃଦଘାତରେ ପ୍ରସିଦ୍ଧ କନ୍ନଡ ଅଭିନେତାଙ୍କ ପରଲୋକ, ୫୦୦ ରୁ ଅଧିକ ସିନେମାରେ ଛାଡ଼ିଛନ୍ତି ଅଭିନୟର ଛାପ
29/01/2023 at 3:46 PM

ନୂଆଦିଲ୍ଳୀ, ୨୯/୦୧: ଭେଟେରାନ୍ କମେଡିଆନ୍ ତଥା କନ୍ନଡ଼ ଅଭିନେତା ମନଦୀପ ରଏଙ୍କ ଦେହାନ୍ତ। ରବିବାର ସକାଳେ ତାଙ୍କର ହାର୍ଟ ଆଟାକ୍ରେ ମୃତ୍ୟୁ ହୋଇଥିବା ନେଇ ପରିବାର ତରଫରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଏହି ବରିଷ୍ଠ କଳାକାର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଫିଲ୍ମରେ କାମ କରିଛନ୍ତି। ଡିସେମ୍ବରରୁ ସେ ହାର୍ଟ ଆଟାକ୍କୁ ନେଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଉ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ତରଫରୁ କୁହାଯାଇଛି।
ସେପଟେ ମନଦୀପଙ୍କ ପରଲୋକଙ୍କରେ ଅନେକ ସେଲିବ୍ରିଟି ଶୋକପ୍ରକାଶ କରିବା ସହ ମନଦୀପଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ଅଭିନେତା ତଥା ନିର୍ଦେ୍ଦଶକ ଭେଙ୍କଟ ଭରଦ୍ବାଜ କହିଛନ୍ତି ମନଦୀପ ରଏ ହେଉଛନ୍ତି ପ୍ରକୃତରେ ଜଣେ ବଙ୍ଗାଳୀ ଏବଂ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବା ପରଠାରୁ ବେଙ୍ଗାଲୁରୁରେ ରହୁଥିଲା।
ଥିଏଟରରୁ ନିଜ କ୍ୟାରିଅର ଆରମ୍ଭ କରିଥିା ମନଦୀପ ୧୯୮୧ ରେ ‘ମିନଛା ଓଟା’ ଫିଲ୍ମରେ ଏକ ବ୍ୟଙ୍ଗ ଚରିତ୍ରରେ ସେ ସିନେମା ଜଗତରେ ଏଣ୍ଟ୍ରି କରିଥିଲେ। ଫିଲ୍ମ ‘ପୁଷ୍କକ ବିମାନ’, ‘ଦେବାରା ଆତା’, ‘ନାଗାରାହାଭୁ’, ‘ଅପତା ରକ୍ଷକ’, ’ଅମ୍ରିତଧାରେ’ ଏବଂ ‘କୁରିଗାଲୁ ସାର କୁରିଗାଲୁ’ ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଛି।
ନିକଟରେ ଅନ୍ୟ ଜଣେ ବରିଷ୍ଠ ଅଭିନେତା ଲକ୍ଷ୍ମଣଙ୍କ ଦେହାନ୍ତ ହୋଇଥିଲା। ସେ ନିଜ କ୍ୟାରିୟରରେ ୩୦୦ ରୁ ଅଧିକ କନ୍ନଡ ଫିଲ୍ମରେ ଅଭିନୟ କରିଛନ୍ତି। ଗତ ସୋମବାର ତାଙ୍କର ହାର୍ଟ ଆଟାକ୍ରେ ମୃତ୍ୟୁ ହୋଇଥିଲା। ଛାତିରେ ଯନ୍ତ୍ରଣା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ଘରକୁ ଫେରିଥିଲେ। କିନ୍ତୁ ଘରେ ପୁଣି ଥରେ ହାର୍ଟ ଆଟାକ୍ ହୋଇଥିଲା। ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା।