ଇଭେଣ୍ଟ ସମୟରେ କନ୍ନଡ଼ ଅଭିନେତାଙ୍କୁ ଚପଲ ମାଡ଼, ଫିଲ୍ମ ପ୍ରମୋସନ ପାଇଁ ପହଞ୍ଚିଥିଲେ…
19/12/2022 at 11:01 PM

ନୂଆଦିଲ୍ଲୀ,୧୯/୧୨: କନ୍ନଡ଼ ଅଭିନେତା ଦର୍ଶନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ତାଙ୍କ ଫ୍ୟାନ୍ଙ୍କୁ ଝଟକା ଦେଇଛି। ପ୍ରକୃତରେ ଏହି ଭିଡିଓ ଏକ ଇଭେଣ୍ଟର ଯେଉଁଠାରେ ଦର୍ଶନଙ୍କୁ ଚପଲ ମାଡ଼ ହୋଇଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କର୍ଣ୍ଣାଟକର ହୋସପେଟରେ ଅଭିନେତା ଦର୍ଶନ ଆସିବାକୁ ଥିବା ନିଜ ଫିଲ୍ମ କ୍ରାନ୍ତିର ନୂଆ ଗୀତ ଲଞ୍ଚ ଅବସରରେ ପହଞ୍ଚିଥିଲେ। ରବିବାର ଏହି ଇଭେଣ୍ଟରେ ଦର୍ଶନ ଜନତାଙ୍କ ସହ କଥା ହେବା ପାଇଁ ଷ୍ଟେଜ୍ ଉପରେ ଚଢ଼ିଥିଲେ। ଏହି ସମୟରେ କେହି ତାଙ୍କ ଉପରକୁ ଚପଲ ପିଙ୍ଗିଥିଲେ। ଯାହା ତାଙ୍କ କାନ୍ଧରେ ବାଜିଥିଲା। ଏହି ଘଟଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଅଭିନେତା ମଧ୍ୟ ନିଜେ ଏହାକୁ ନେଇ ଚକିତ ଥିଲେ। ଅବଶ୍ୟ ପରେ ନିଜକୁ ସମ୍ଭାଳିଥିଲେ। ତେବେ ଚପଲ ମାରିଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି ହୋଇଛି।
କୁହାଯାଉଛି ଦର୍ଶନଙ୍କ ବିରୋଧରେ ତାଙ୍କର ଏକ ବୟାନ ପରେ ଏହି ହିଂସା ଦେଖିବାକୁ ମିଳିଛି। ନିକଟରେ ଏକ ସାକ୍ଷାତକାରରେ ଏଭଳି କଥା କହିଥିଲେ ଯାହାକୁ ବିଭ୍ରାନ୍ତିକର ବୋଲି କୁହାଯାଇଛି ଏବଂ ସୋସିଆଲ ମିଡିଆରେ ବିରୋଧ କରାଯାଉଛି। ସେ ଏକ ସାକ୍ଷାତକାରରେ ଭାଗ୍ୟଦେବୀଙ୍କ ବିଷୟରେ କହିଥିଲେ। ଦର୍ଶନ କହିଥିଲେ ‘ଭାଗ୍ୟ ଦେବୀ ଆପଣ କବାଟ ବାଡ଼ାନ୍ତିନାହି। ଯଦି ବାଡ଼ାନ୍ତି ତେବେ ତାଙ୍କୁ ଧରିନିଅନ୍ତୁ, ଘୋଷାଡ଼ି ବେଡରୁମ୍କୁ ନେଇଯାଆନ୍ତୁ ଏବଂ ତାଙ୍କର ସବୁ କପଡ଼ା ଓହ୍ଲାଇଦିଅନ୍ତୁ। ଯଦି ତୁମେ ତାଙ୍କୁ କପଡ଼ା ଦେବ ତେବେ ସେ ବାହାରକୁ ଚାଲିଯିବେ।’
କନ୍ନଡ଼ ଅଭିନେତାଙ୍କ ଏହି କଥା ସୋସିଆଲ ମିଡିଆରେ ଲୋକଙ୍କୁ ଉସ୍କାଇଥିଲା। ତାଙ୍କର ଏହି ଭିଡିଓ ଭାଇରାଲ ହୋଇଥିଲା। ୟୁଜର୍ସଙ୍କ କହିବା ଅନୁଯାୟୀ ଦର୍ଶନଙ୍କ ଏହି କଥା ନିନ୍ଦନୀୟ ଏବଂ ମହିଳାଙ୍କ ପ୍ରତି ତାଙ୍କର ଖରାପ ଚିନ୍ତାଧାରକୁ ପ୍ରକାଶ କରୁଛି। ଏହା ୟୁଜର୍ସ କହିଥିଲେ ଯେ ଅଭିନେତା ଦେବୀଙ୍କର ମଧ୍ୟ ଅପମାନ କରିଛନ୍ତି। ଅନେକ ଲୋକ ତାଙ୍କୁ ସମାଲୋଚନା କରିଥିଲେ।